
ଛେଳୀଗଡ ଜଳ ସଚେତନ ଥଇଥାନ ଓ ଉପାନ୍ତ ଅଞ୍ଚଳର ଉନ୍ନୟନ କମିଟି ର ୬ଷ୍ଟ୍ ତମ ବୈଠକ ରେ ଯୋଗଦେଲେ ପାରଳା ବିଧାୟକ ।
ଗଜପତି (ଟିକି ଲିମା)
ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ୟା ବୈଠକ ଗୃହ ଠାରେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲା ରେ ଥିବା ଛେଳୀଗଡ ଜଳସେଚନ ପ୍ରକଳ୍ପ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପାନ୍ତ ଅଞ୍ଚଳରେ ଏହି ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମଗ୍ର ଗଜପତି ଜିଲ୍ଲା ରେ ପାଣି ର ଅଭାବ ରହିବ ନାହିଁ, ଏହି ବୈଠକ୍ ପୂର୍ବରୁ 5ଥର ହୋଇଥିଲେ ମଧ୍ୟ ଦୃତଗତି ରେ କାର୍ଯ୍ୟ ସରିନାହିଁ, ଆଗାମୀ ଦିନ ରେ କିଭଳି ସମ୍ପୂର୍ଣ ହେବ ସେନେଇ ଆଲୋଚନା ହୋଇଥିଲା, ଏହି ବୈଠକ ରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ସାଂସଦ ଡ: ପ୍ରଦୀପ ପାଣିଗ୍ରାହୀ, ପାରଳା ବିଧାୟକ ରୂପେସ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ
