
ଭିଣୋଇର ବଟାଳି ଚୋଟରେ ଶଳା ଗୁରୁତର
ସୋର (ଭଞ୍ଜଦୂତ ,ନିପ୍ର):ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ନୂଆପୁର ଗ୍ରାମର ବୈକୁଣ୍ଠ ନାଥ ମହାରଣା ନିଜ ଶଶୁର ଘର ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁକୁ ଯାଇଥିଲେ। ସେଠାରେ ସେ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ କୌଣସି କାରଣ ପାଇଁ ପିଟିଥିଲେ। ଏହି ଘଟଣାକୁ ନେଇ ବୈକୁଣ୍ଠଙ୍କ ଶଳା ୪୧ ବର୍ଷୀୟ ରାଜେନ୍ଦ୍ର ଷଣ୍ଡ ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭିଣୋଇ ବୈକୁଣ୍ଠ ଶଳା ରାଜେନ୍ଦ୍ରକୁ ବାଟରେ କାଠ କାମରେ ବ୍ୟବହାର କରାଯାଉଥୁବା ଏକ ଧାରୁଆ ବଟାଳି ରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକେ ପ୍ରଥମେ ସୋର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ରାଜେନ୍ଦ୍ର ଙ୍କୁ ଡାକ୍ତର ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ। ଡାକ୍ତରଖାନାରୁ ଗତକାଲି ଚିକିତ୍ସିତ ହେବା ପରେ ଆଜି ରାଜେନ୍ଦ୍ର ସୋର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ବୈକୁଣ୍ଠ କୁ ଗିରଫ କରି ୪୬୧/୨୫ ମୂଳେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।