
ବସ୍ତା(ସେଖ ଆଜାରୁଦ୍ଦିନ) :-ଆଗରେ ପାନ ଦୁକାନ,ପଛରେ ଚାଲିଛି ଦେହ ବ୍ୟବସାୟ। ଜଣେ ରୂପଜୀବୀ ସହ ଦଲାଲ ଅଟକ ଗ୍ରାହକ ଫେରାର। ଏଭଳି ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଅନ୍ତର୍ଗତ ଟୋଲଗେଟ ବଜାର ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଏକ ପାନ ଦୋକାନରେ। ଉକ୍ତ ଦୋକାନ ଭିତରେ ଏକ ସ୍ୱତନ୍ତ୍ର ଗୃହ ନିର୍ମାଣ କରାଯାଇଛି ଅନ୍ୟତିକ କାର୍ଯ୍ୟ କରିବାପାଇଁ। ପୂର୍ବରୁ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ ଗତକାଲି ବିଳମ୍ବିତ ରାତିରେ ବସ୍ତା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା, ଚଢ଼ାଉ ସମୟରର ଦୁଇ ଜଣ ଗ୍ରାହକ ଫେରାର ହୋଇଯାଇଥିବା ବେଳେ ଜଣେ ରୂପଜୀବୀ ଓ ଦଲାଲ ସାଜିଥିବା ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ବେଣାପୁରା ଗ୍ରାମର ରାଜୀବ ଲୋଚନ ବେହେରା ଓରଫ ବୁଦ୍ଧିଆ କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବାବେଳେ ସ୍ଥାନୀୟ ଅଞ୍ଚଳର ମାଷ୍ଟର ମାଇଣ୍ଡ କୁ ପୋଲିସ କେବେ ଗିରଫ କରୁଛି ଦେଖିବାକୁ ବାକିରହିଲା।