ତାଳଚେର ନଗରପାଳ ଙ୍କ ଜନ୍ମ ଦିନ ଧୁମ୍ ଧାମରେ ପାଳିତ
ତାଳଚେର ପୌରା ଅଞ୍ଚଳର ବିକାଶ ପୁରୁଷ ଲୋକପ୍ରିୟ ନଗର ପାଳ ତଥା ବିଜେପି ଦଳର ବିଶ୍ଵସ୍ତ ସେବକ ଶ୍ରୀଯୁକ୍ତ ପବିତ୍ର ଭୁତିଆ ମହୋଦୟଙ୍କ ଶୁଭ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ଜନସେବାକୁ ଜିବନର ବ୍ରତ ଭାବେ ଗ୍ରହଣ କରି ସେ ଅଞ୍ଚଳର ପ୍ରଗତି ଓ ସାଧାରଣ ଜନତାଙ୍କ ହକ ପାଇଁ ସଦାସର୍ବଦା ନିଜକୁ ସମର୍ପିତ କରି ଆସିଛନ୍ତି। ତାଙ୍କର ଏହି ନିଷ୍ଠାପର ଉଦ୍ୟମ ଓ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଜି ସମଗ୍ର ତାଳଚେର ଅଞ୍ଚଳର ଏକ ନୂତନ ବିକାଶର ଯୁଗ ସୃଷ୍ଟି କରିପାରିଛି। ଏହି ପବିତ୍ର ଅବସରରେ ବିଜେପି ଦଳର ଉପସଭାପତି ଇଂ ମନୋଜ କୁମାର ପ୍ରଧାନ ଓ ସତ୍ୟସନାତ ସଂଗଠନ ସମସ୍ତ କର୍ମକତା ଓ ସମସ୍ତ କାଉନସିଲ ବୃନ୍ଦ ତଥା ଦଳିଅ କର୍ମଚାରୀ ସମେତ ବହୁ ସମର୍ଥକ ଓ ଜନସାଧାରଣ ଙ୍କ ତରଫରୁ ତାଙ୍କ ଜନ୍ମଦିନରେ ଗଭୀର ଶ୍ରଦ୍ଧାଂଜଳି ଓ ଶୁଭକାମନା ଜ୍ଞାପନ କରାଯାଇଛି। ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା , ମହାପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରିବା ସହ ସଦାସର୍ବଦା ସୁସ୍ଥ, ନିରାମୟ ଓ ମଙ୍ଗଳମୟ ଜିବନ ପ୍ରଦାନ କରନ୍ତୁ। ଆଗାମୀ ଦିନରେ ଆପଣଙ୍କ ନେତୃତ୍ୱରେ ଜନସେବାର ଧାରା ଏମିତି ଆଗକୁ ବଢୁ ଏବଂ ଆପଣଙ୍କ ର ସଫଳତାର ଶୀର୍ଷ ଛୁଅନ୍ତୁ ଏହା ହିଁ ଭଗବାନଙ୍କ ପାଖରେ ପ୍ରାର୍ଥନା।
