ହେମଗିରି ଠାରେ ଗୋ ତସ୍କର ସକ୍ରିୟ , ବ୍ରେକଡାଉନ ଗାଡ଼ି ଛାଡ଼ି ଫେରାର ମାରିଲେ ଚୋର, ଅଞ୍ଚଳବାସୀଙ୍କ ଦ୍ୱାରା ଛଅ ଗାଇ ଉଦ୍ଧାର ।
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍, ୫/୭/୨୬( ଜିଲ୍ଲା ପ୍ରତିନିଧି ସଞ୍ଜୀବ କୁମାର ପତି ଙ୍କ ରିପୋର୍ଟ)
ହେମଗିରି ଥାନା ଅନ୍ତର୍ଗତ ଝାଡେଶ୍ୱର୍ ମନ୍ଦିର ଗ୍ରାମ୍ୟ ଜଙ୍ଗଲ ରାସ୍ତାରେ ଗାଇଗରୁ ତସ୍କର୍ ଙ୍କ ସ୍କର୍ପିଓ ଗାଡ଼ି ଖରାପ୍ ହୋଇଯିବାରୁ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି । ସକାଳୁ ୱାକ୍ ପାଇଁ ବାହାରି ଥିବା ଗ୍ରାମର ଭଦ୍ରବ୍ୟକ୍ତି ଙ୍କ ଦୃଷ୍ଟିକୁ ଆସିଥିଲା ଗାଡ଼ି ଏବଂ ଭିତରେ ଗାଇ ଥିବାର ଜାଣିବାକୁ ପାଇଥିଲେ । ଗ୍ରାମର ଯୁବକ ସମାଜ ସେବୀ ଙ୍କୁ ଯୋଗାଯୋଗ କରି ଗାଡ଼ି ଭିତରୁ ଛ ଗାଇ ଙ୍କୁ ଉଦ୍ଧାର କରିଥିଲେ । ହେମଗିରି ପୋଲିସ ଙ୍କୁ ଖବର ଜଣାଇ ତସ୍କର ଙ୍କ ବ୍ୟବହୃତ ସ୍କର୍ପିଓ ଗାଡ଼ି ନଂ ଓଆର୍ ୧୪କ୍ୟୁ ୩୦୬୬ କୁ ସିଜ୍ କରାଇ ଥାନା କୁ ପଠାଇ ଥିଲେ । ପ୍ରାଣୀ ଚିକିତ୍ସକ ଙ୍କୁ ଯୋଗାଯୋଗ କରି ଗୁରୂତ୍ତର ଗାଈଙ୍କୁ ଚିକିତ୍ସା କରାଇ ଜଙ୍ଗଲକୁ ଛାଡ଼ି ଦିଆ ଯାଇଥିଲା । ଅଞ୍ଚଳବାସୀ ଙ୍କ କହିବାନୁଯାୟୀ ଗରୁ ତସ୍କର ଏଠାରେ ସକ୍ରିୟ ଅଛନ୍ତି ଓ ବାରମ୍ବାର ଏହି ରାସ୍ତାରୁ ଗୋରୁ ଚାଲାଣ ହେଉଛି । ବିଡ଼ମ୍ବନାର ବିଷୟ ଜଙ୍ଗଲ ଭିତରୁ ତସ୍କର ଙ୍କ ଯିବାଆସିବା ବାଟରେ ବନବିଭାଗ ର ମଧ୍ଯ ଏକ ବ୍ୟାରେକ୍ ଓ ଫାଟକ ଅଛି, ଜଗୁଆଳି ମଧ୍ଯ ଅଛନ୍ତି ହେଲେ କାହାରି ଦୃଷ୍ଟିକୁ ଆସୁନି କିପରି । ସଜାଗ ନାଗରିକ ଙ୍କ ପ୍ରଶାସନକୁ ନିବେଦନ, ଗରୁ ତସ୍କରି ରୋକିବା ପାଇଁ ପୋଲିସ ପେଟ୍ରୋଲିଂ ସହ ସହଯୋଗ ଜାରି ଙ୍କୁ ଖୋଜି ଉଚିତ୍ ଦଣ୍ଡ ଦିଆଯାଉ ।
