ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ସବୁ ପଞ୍ଚାୟତକୁ ଯିବ ତହସିଲ।ଲୋକଙ୍କୁ ହାତ ପାଆନ୍ତାରେ ମିଳିବ ରାଜସ୍ୱ ସେବା।ତହସିଲ ଅଫିସକୁ ନ ଆସି ନିଜ ଗାଁରେ ଲୋକେ ପାଇ ପାରିବେ ସେବା।ପ୍ରତି ପଞ୍ଚାୟତରେ ତହସିଲ ସେବା ଉପଲବ୍ଧ ହେବ।ଏଥିପାଇଁ ” ମୋ ପଞ୍ଚାୟତ ମୋ ତହସିଲ ” ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ସରକାର।ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ସେହିଭଳି ଅନଲାଇନରେ ଏଣିକି ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି,ଗାଁ ରେ ଲୋକଙ୍କ ଉପସ୍ଥିତିରେ ଜମିଜମା ସମସ୍ୟାର ସମାଧାନ କରିବା ଉପରେ ଲୋକଙ୍କ ସରକାର ଜୋର୍ ଦେଉଛି।ସେଭଳି ବ୍ରିଟିଶ ଅମଳର ଜମି କିସମକୁ କମାଇ ସରକାର ୨୭ଟି କିସମରେ ସୀମିତ ରଖିବାକୁ ନିଷ୍ପତି ନେଇଛନ୍ତି। ଏ ନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।” ମୋ ପଞ୍ଚାୟତ ମୋ ତହସିଲ ” କାର୍ଯ୍ୟକ୍ରମରେ ପ୍ରତିମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ୱ ଅଧିକାରୀ,ତହସିଲଦାର, ଅତିରିକ୍ତ ତହସିଲଦାର ପଞ୍ଚାୟତକୁ ଯିବେ।ଲୋକଙ୍କ ସମସ୍ୟାର ସମାଧାନ ସହ ସରକାର ରଜ୍ୟସ୍ଵ ସେବା ଯୋଗାଇବେ। ଏଣିକି ମୋବାଇଲରେ ମଧ୍ୟ ୧୮ ଟି ରାଜ୍ୟସ୍ୱ ସେବା ମିଳିବ।ଲୋକ ମାନେ ହଇରାଣ ହରକତ ହୋଇ ସମୟ କାଢି,ଖର୍ଚ୍ଚାନ୍ତ ହୋଇ ତହସିଲ ଅଫିସ ଧାଇଁବାକୁ ହେବନି।ତଇଳା,ପାଳ,ଘରବାରି, ଵଗାୟତ,ଭଳି ରାଜ୍ୟରେ ୭ ହଜାର ଜମି କିସମ ପ୍ରଚଳନ ରହିଛି।ଜମିର ଏଭଳି କିସମକୁ ନେଇ ସାଧାରଣ ଲୋକ ଦ୍ୱନ୍ଦ୍ବରେ ପଡୁଛନ୍ତି।ବ୍ରିଟିଶ ଅମଳରୁ ଚାଲିଆସିଥିବା ଆଇନରେ ସଂସ୍କାର ଆଣିବେ ସରକାର।୭ ହଜାର ଜମି କିସମକୁ କମାଇ ୨୭ଟି କିସମ ରେ ସୀମିତ ରଖାଯିବ।ସେହିଭଳି ଜମି ସ୍ବତ୍ତ୍ବ ବା ମାଲିକାନାରେ ମଧ୍ୟ ପରିବର୍ତ୍ତନ ହେବ।ରାଜସ୍ୱ ଆଇନ ୩୦୦୦ ସ୍ଵତ୍ବ ବା ମାଲିକାନାକୁ ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ବିଭାଗ ନିଷ୍ପତ୍ତି ନେଇଛି।ରାଜ୍ୟସ୍ଵ ବିଭାଗ ସମସ୍ତ କ୍ଷେତ୍ରରେ ନୂଆ ସଂସ୍କାର ଆଣୁଛି।ଯେଉଁ ଆଇନର ଆବଶ୍ୟକତା ନାହିଁ ତାକୁ ଉଚ୍ଛେଦ ଆଇନରେ ସଂଶୋଧନ ଅଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସେହିଭଳି ଓଡ଼ିଶା ଯାତ୍ରା ଆପ୍ ରେ ଯୋଡ଼ି ହେବ ଆମ୍ବୁଲାନ୍ସ ସେବା। ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ।ରୋଗୀ କିମ୍ବା ତାଙ୍କ ସମ୍ବର୍କୀୟ ମାନେ ଅନଲାଇନରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ସେବା ପାଇଁ ଭଡ଼ା ଧାର୍ଯ୍ୟ କରିବେ ସରକାର। ଏ ନେଇ ପରିବହନ ବିଭାଗ ଖୁବ୍ ଶ୍ରୀଘ୍ର ପ୍ରକିୟା ଆରମ୍ଭ କରିବାକୁ ଯାଉଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।
