ଜୟଚଣ୍ଡୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ପ୍ରତାପ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ତା-୩୦/୬/୨୬
ଦଶରଥପୁର
ମାନସ କୁମାର ସାହୁ
ଦଶରଥପୁର ବ୍ଲକ ଜୟଚଣ୍ଡୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଶ୍ରୀ ପ୍ରତାପ କୁମାର ପଣ୍ଡା ଆଜି ଦୀର୍ଘ ୧୩ ବର୍ଷର ସେବା ପରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।୨୦୧୩ ଜୁନ୍ ମାସରୁ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ ପଣ୍ଡା ୩୦ ଜୁନ୍ ୨୦୨୬ ରେ ଅବସର ନେଇଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ସାମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତି ଆଇନଜୀବି ବୈକୁଣ୍ଠ ନାଥ ପରିଡା,ଜୟଚଣ୍ଡୀ ସାଧନାକେନ୍ଦ୍ର ସଂଯୋଜକ ପ୍ରିୟରଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷାବିତ୍ ଭାଗିରଥି ପୁଷ୍ଟି, ସନାତନ ନାୟକ,ପ୍ରକାଶ ଚନ୍ଦ୍ର ମହାନ୍ତି, ମଧୁସୂଦନ ପୁଷ୍ଟି,ବିଦ୍ୟାଳୟ ପରିଚାଳନା କମିଟିସଭାପତି ସରୋଜ ପୁଷ୍ଟି ପ୍ରମୁଖ ଶ୍ରୀ ପଣ୍ଡାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସଙ୍ଗୀତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କୃତି ଓ କଳା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ତାଙ୍କର ଅବଦାନକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।ସଭା ପରିଚାଳନାରେ ବିଦ୍ୟାଳୟ ଶିକ୍ଷକ ଅଶୋକ କୁମାର ଦାସ, ଆକାଶ ଚନ୍ଦ୍ର ଦାସ, ଯଶବନ୍ତ ନାଏକ, ରତିକାନ୍ତ ଦାସ, ହିମାଂଶୁ ପୁଷ୍ଟି ଏବଂ ଶିକ୍ଷୟିତ୍ରୀ ଗୀତାଞ୍ଜଳି ନାଏକ, ପୁଷ୍ପାଞ୍ଜଳି ଦାସ, ବିଜୟଲକ୍ଷ୍ମୀ ନାୟକ, ସୃଶ୍ରୀ ସଂଗୀତା ରାଉତ, ବୈଜୟନ୍ତୀ ଜେନା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ତରଫରୁ ଶ୍ରୀ ପଣ୍ଡାଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଭାବବିହ୍ୱଳ କଣ୍ଠରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
