*ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ l* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ତା 30/06/2026 ଗଁଦିଆ ବ୍ଲକ : ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ,ନୂଆଗଡ଼ ପରିସରରେ ବିଦ୍ୟାଳୟ ଶକ୍ତି କ୍ଲବ ଆନୁକୁଲ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆଙ୍କ ସଭାପତିତ୍ତ୍ଵରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ ଯୋଗ ଦେଇ ବିଦ୍ୟୁତ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଲେ ।ଶକ୍ତି କ୍ଲବ ଶିକ୍ଷକ ଅଭୟ କୁମାର ଶତପଥି ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ର ଶପଥ ପାଠ କରାଇଥିଲେ ।ଏଥିରେ ଶିକ୍ଷୟିତ୍ରୀ ରଶ୍ମି ବାଳା ସାମଲ,ଦୀପିକା ପଢି ଆରୀ , ତପସ୍ୱିନୀ ସାହୁ,ପ୍ରଜ୍ଞାସିନି ଶତପଥି, ଶିକ୍ଷକ ଅରୁଣ ଧରୁଆ, ଅମୂଲ୍ୟ ବେହେରା ,କର୍ମଚାରୀ ଗୋବର୍ଦ୍ଧନ ବେହେରା ପ୍ରମୁଖ ସହଯୋଗ କରିଥିଲେ l
