ଯାଜପୁର (ସରୋଜ କୁମାର ଧଳ) : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ପଂଚାୟତରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ରଥ ପରିକ୍ରମା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଯୁବ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ପୌରହିତ୍ଯ ରେ ଆୟୋଜିତ ସଭାରେ ବିଂଝାରପୁର ବ୍ଲକର ବିପିଏମ (ଓଏଲଏମ୍) ରମଣି ରଂଜନ ଓଝା , ପିଇଓ ବିଷ୍ଣୁ ଚରଣ ସାମଲ , ନ୍ୟାୟ ସରପଞ୍ଚ ରଂଜିତା ବାରିକ , ଅଜୟ ସାହୁ , ୱାର୍ଡ ମେମ୍ବର ଅଜୟ ମଲ୍ଲିକ ,କାହ୍ନା ସୌରଭ ପ୍ରମୁଖ ଯୋଗ ଦେଇଥିଲେ | ଏଥିରେ ଯୁବ ସରପଞ୍ଚ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ , ରାସନ , ଅନ୍ତ୍ୟୋଦୟ , ଭତ୍ତା , ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିଲେ | ପରେପରେ ବିକାଶ ରଥ ସିଂହପୁର ପଞ୍ଚାୟତ ଅଫିସ ଠାରୁ ବାହାରି ସିଂହପୁର ବଜାର ଦେଇ ସାରା ଗ୍ରାମ ପରିକ୍ରମା କରିଥିଲା | ଏଥିରେ ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଏମ ବି କେ , ସି ଆର ପି , ଇସି ମେମ୍ବର ,ଗ୍ରାମର ବହୁ ମହିଳା ଏବଂ ଗ୍ରାମର ବୟୋଜେଷ୍ଟ ବ୍ୟକ୍ତି ବୃନ୍ଦ ଯୋଗ ଦେଇଥିବାର ଦେଖା ଯାଇଥିଲା |
