କେନ୍ଦୁଝରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଗୁରୁତ୍ଵପୂର୍ଣ୍ଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ। ରିପୋର୍ଟ _ନିରୋଜ କୁମାର ସେଠୀ କେନ୍ଦୁଝର ଠାରେ ଆଜି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ଗୁରୁତ୍ୱପର୍ଣ୍ଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ କାଞ୍ଝାହାରୀ ଗେଷ୍ଟ ହାଉସ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଶାଖାର ସଭାପତି ଅଜିତ୍ କୁମାର୍ ପଲେଇଙ୍କ ନେତୃତ୍ୱରେ ଏବଂ ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକଙ୍କ ପ୍ରତିନିଧି କମଳକାନ୍ତ ଦାସ,ଲୋକ ସମ୍ପର୍କ ଓ ସୂଚନା ବିଭାଗର ଅଧିକାରି ଜ୍ୟୋତିର୍ମୟୀ ନାଏକ, ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ୱାଦିକ ବିନୟ ଭୂଷଣ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହାସହ ମହାସଂଘର ରାଜ୍ୟ ଉପସଭାପତି ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ନିରଞ୍ଜନ ପାଣି, ଯୁଧିଷ୍ଠିର ପାତ୍ର,ଜିଲ୍ଲା ସମ୍ପାଦକ କ୍ଷେତ୍ରବାସୀ ମହାନ୍ତଙ୍କ ସମେତ ଧିରେନ୍ କୁମାର୍ ପରିଡ଼ା,ରୁଦ୍ର ନାରାୟଣ ଲୋହାର,ଜଗବନ୍ଧୁ ପଣ୍ଡା, ଚନ୍ଦ୍ର ଶେଖର ସାହୁ,ଦୀନବନ୍ଧୁ ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ମହାନ୍ତ,ରାଜେଶ ମିଶ୍ର, ଏବଂ ଜିଲ୍ଲାର ବହୁ ସାମ୍ୱାଦିକ ଏହି ବୈଠକରେ ଉପସ୍ଥିତ ରହିଥିଲେ ।ଏହି ବୈଠକରେ ସାମ୍ବାଦିକଙ୍କ ସୁରକ୍ଷା,ଶିକ୍ଷା,ସ୍ବାସ୍ଥ୍ୟ ସୁବିଧା ସାମ୍ବାଦିକଙ୍କ କଲ୍ୟାଣ ଏବଂ ବିଭିନ୍ନ ଜନସନସ୍ୟା ସମ୍ପର୍କିତ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସାମ୍ୱାଦିକ ମାନଙ୍କ ସ୍ବାର୍ଥ ସୁରକ୍ଷା ସହ ସାମାଜିକ ଦାୟିତ୍ବ ନିର୍ବାହରେ ଡିଜିଟାଲ ମିଡିଆର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ଯ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ସାମ୍ବାଦିକ ମାନଙ୍କ ସମସ୍ୟାକୁ ସରକାଙ୍କ ନିକଟରେ ପହଞ୍ଚାଇବେ ବୋଲି ଆଶ୍ୱାସନା ଦେଇଥିଲେ l ଶେଷରେ ସମସ୍ତ ଅତିଥି,ସଦସ୍ୟ ଓ ସାମ୍ୱାଦିକ ମାନଙ୍କୁ ଧନ୍ୟବାଦ୍ ଜଣାଇ ବୈଠକର ସମାପନ କରାଯାଇଥିଲା ।
