ଭାଜପା କାର୍ଯ୍ୟାଳୟରେ “ବଳୀଦାନ” ଦିବସ ପାଳନ
ଉମରକଟ ତା:-୨୩:୬:୨୦୨୬ ନବରଙ୍ଗପୁର ଜିଲ୍ଲା ଉମରକଟ ଭାଜପା କାର୍ଯ୍ୟାଳୟଠାରେ ସମସ୍ତ ଦଳୀୟ କର୍ମୀ ଏବଂ ନେତୃବୃନ୍ଦଙ୍କ ଉପସ୍ଥିତିରେ “ବଳୀଦାନ ଦିବସ” ପାଳନ କରାଯାଇଥିଲା।
ଏହି ବଳୀଦାନ ଦିବସ ଭାଜପାର ୬ ଗୋଟି ପର୍ବ ମଧ୍ୟରୁ ଅନ୍ୟତମ ପ୍ରତିବର୍ଷ ଜୁନ ୨୩ ତାରିଖ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥିକୁ ସାରାଦେଶ ବଳୀଦାନ ଦିବସ ରୁପେ ପାଳନ କରୁଅଛି।
ତଃ ମୁଖାର୍ଜୀ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଥିଲେ ଜାହା ଅଜି ଭାରତୀୟ ଜନତା ପାର୍ଟି ନାମରେ ପୁରା ବିଶ୍ବପରିଚିତ, ମୁଖାର୍ଜୀଙ୍କ ଜନ୍ମ ୬ ଜୁଲାଇ ୧୯୦୧ କଲିକତା ଠାରେ ହୋଇଥିଲା ଜଣେ ବିଚାରକ ଶିକ୍ଷାବିତ ଚିନ୍ତକ ସେ ଅଳ୍ପ ଆୟୁରେ କଲିକତା ବିଶ୍ବବିଦ୍ୟାଳୟର କୁଳପତି ଥିଲେ, ସେ ମାନବତାର ଉପାସକ ସିଦ୍ଧାନ୍ତବାଦି ଥିଲେ। ସେ ସମୟରେ ବଂଗାଲରେ ସାମ୍ପ୍ରଦାୟିକ ଚାପ ଚାଲିଥାଏ, ତାଙ୍କ ବିଚାରଧାରା ଥିଲା ଭାରତୀୟ ସଭ୍ୟତା ସଂସ୍କୃତି ଆଧାରରେ ସମସ୍ତ ଭାରତୀୟ ସମାନ। ଧର୍ମିୟ ଅଧାରରେ ଦେଶ ବିଭାଜନର ବିରୋଧ ଥିଲେ। ଏବଂ ୧୯୫୨ ରେ ଭାରତୀୟ ଜନସଂଘର ସ୍ଥାପନା କରିଥିଲେ ମୁଖାର୍ଜୀ ଜମ୍ମୁ କାଶ୍ମୀର କୁ ଭାରତର ପୂର୍ଣ୍ଣ ଏବଂ ଅଭିନ୍ନ ଅଙ୍ଗ କରିବାକୁ ଚାହୁଁଥିଲେ ସେ ସମୟରେ ଜମ୍ମୁକାଶ୍ମୀରରେ ଅଲଗା ପତାକା, ଅଲଗା ସାମ୍ବିଧାନି ଚାଲିଥାଏ ଧାରା ୩୭୦ ର ଘୋର ବିରୋଧ କରୁଥିଲେ ୧୯୫୨ ରେ ସେ ସଂକଳ୍ପ କଲେ ଯେ କାଶ୍ମୀରକୁ ଭାରତୀୟ ସମ୍ବିଧାନ ପ୍ରାପ୍ତ କରେଇବେ ନଚେତ ଏହି ଉଦ୍ଧେସ୍ୟର ପୂର୍ତ୍ତିପାଇଁ ନିଜ ଜୀବନ ବଳୀଦାନ ଦେବେ, ୧୯୫୩ ମସିହା ରେ ଏକ ବିଶାଳ ରେଲି ବାହାରକରି ବିନା ପର୍ମିଟରେ ଜମ୍ମୁକାଶ୍ମୀ ଯାତ୍ରାରେ ବାହାରିଲେ ଏହି ନାରା ଦେଇ ଯେ ଏକ ଦେଶମେ ଦୋ ନିଶାନ, ଦୋ ବିଧାନ, ଦୋ ପ୍ରଧାନ ନହି ଚଲେଗି ନହି ଚଲେଗି କହି ପ୍ରବେଶ କଲେ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫକରି ନଜରବନ୍ଦିରେ ରଖାଗଲା ୨୩ ଜୁନ ୧୯୫୩ ରେ କାରାଗାର ମଧ୍ୟରେ ତାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘୋଷିତ କରାଗଲା ସେହି ଦିନଠାରୁ ଭାରତୀୟ ଜନତା ପାର୍ଟି ତାଙ୍କରି ଏହି ପୂଣ୍ୟତିଥିକୁ ବଳୀଦାନ ଦିବସ ରୁପେ ପାଳନ କରି ଆସୁଅଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଭାଜପାର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢି, ଜିଲ୍ଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ମନ୍ଦିରା ନାୟକ, ନଗର ମଣ୍ଡଳ ସଭାପତି ସନ୍ତୋଷ ଶର୍ମା ଙ୍କ ସହ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଡଃ ମୁଖାର୍ଜୀଙ୍କ ଜୀବନି ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ ନଗର ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ପରିଚାଳନା କରିଥିଲେ।
