*ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ସ୍ୱର୍ଗତ ରିଚାର୍ଡସନ ଡାନିଙ୍କ ଅକାଳ ବିୟୋଗ ଖବର*
ନୂଆପଡା(ମିଖାଏଲ ନନ୍ଦ)
ତା ୨୩/୦୬
ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ମିଶନ ଠାରେ ରହୁଥିବା ଦାନୀ ପରିବାର ର କନିଷ୍ଠ ସମସ୍ତଙ୍କର ପ୍ରିୟ ଭାଇ ତଥା ସୁହୃଦ ରିଚାର୍ଡସନ ଡାନିଙ୍କର ୩୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ରାଇପୁର ରେ ରହି କାର୍ଯ୍ୟ କରୁଥିଲେ।ଗତ ୧୯/୦୬/୨୬ ତାରିଖ ହଟାତ ତାଙ୍କର ଦେହ ଖରାପ ହେଇଥିଲା ଏବଂ ତାଙ୍କୁ ହସ୍ପିଟାଲ ନେବା ସମୟ ରେ ତାଙ୍କର ଶେଷ ନିଶ୍ୱାସ ନେଇ ଥିଲେ।ତାଙ୍କୁ ରାଇପୁର ରୁ ଖଡ଼ିଆଳ ତାଙ୍କ ବାସଭବନ କୁ ଅଣା ଯାଇଥିଲା।ତାଙ୍କର ଅସୀମ ସ୍ନେହ ଏବଂ ଭଲପାଇବାକୁ ମନେପକାଇ ତାଙ୍କର ଆତ୍ମୀୟ ସ୍ୱଜନ ଓ ବନ୍ଧୁବର୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ନୂଆପଡ଼ା ଆଉ ଖଡ଼ିଆଳ ଠାରେ ତାଙ୍କ ସ୍ମୃତିରେ ଏକ ଶୋକସଭାର ଆୟୋଜନ କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ସେ ସମସ୍ତଙ୍କ ହୃଦୟରେ ସଦା ସର୍ବଦା ଜୀବିତ ରହିବେ ବୋଲି ବନ୍ଧୁମାନେ ପ୍ରକାଶ କରିଛନ୍ତି। ତାଙ୍କର ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଅନେକ ଜାଗାରୁ ତାଙ୍କୁ ଶାନ୍ତନା ଦେବା ପାଇଁ ଲୋକେ ଆସୁଛନ୍ତି।ଆଉ ପ୍ରାଥନା ମଧ୍ୟ କରୁଛନ୍ତି।
