ଆଦର୍ଶ ଯୁବ ପରିଷଦ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବୃକ୍ଷ ହଁ ଜୀବନ, ଏହି ସତ୍ୟତା କୁ ମାନି ସୋରର ଅଗ୍ରୀଣ ସ୍ୱେଚ୍ଛାସେବୀ ସଂଙ୍ଗଠନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋର ବ୍ଲକ ସରଶଙ୍ଖ ପଞ୍ଚାୟତ ଡିଙ୍କିଆପଦା ମଠସାହିର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଉଳ, ବରକୋଳି, ପିଜୁଳି, ଜାମୁ ଓ ଧାତ୍ରୀ ଅଁଳା ଆଦି ୩୫ଟି ଚାରା ରୋପଣ କରାଯାଇଥିଲା। ଏହି ସମୟରେ ଆଦର୍ଶ ଯୁବ ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରା, ସମ୍ପାଦକ ତଥା ସାମ୍ବାଦିକ ଅଞ୍ଜନ କୁମାର ଦାସ, ମନୋରଞ୍ଜନ ସାମଲ, ଭାବଗ୍ରାହୀ ରାଉତ,ମନୋରଞ୍ଜନ ସାହୁ,ଧୀରଜ ବେହେରା, ହରେକୃଷ୍ଣ ଶିଅଳ, ପ୍ରମିଳା ରାଉତ, ପ୍ରଭାବତୀ ପ୍ରଧାନ, ତନୁଜା ଜେନା, ରଞ୍ଜିତା ଅଗସ୍ତି, ନିବେଦିତା ପୋଇ, ମମତା ସାହୁ, ସୋର ସମ୍ବାଦର ପ୍ରତିନିଧି ଅଭୟ ପତ୍ରୀ, ସାମ୍ବାଦିକ ହେମନ୍ତ କୁମାର ବାରିକଙ୍କ ସମେତ ଗ୍ରାମବାସୀ ଶରତ ଚନ୍ଦ୍ର ସାହୁ, ନିରଞ୍ଜନ ସାହୁ, ଅନନ୍ତ ବାରିକ, ଗୟାଧର ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ଗଙ୍ଗାଧର ରାଉତ, ସୁରେନ୍ଦ୍ର ବାରିକ, ସୀତାକାନ୍ତ ବେହେରା, ମୁରଲୀଧର ବାରିକ, ଶରତ ପଣ୍ଡା ଓ ସାବିତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।
