ହେମଗିରି ଅଞ୍ଚଳ ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ୟୋଗା ଦିବସ ପାଳିତ , ଆହ୍ଵାନ ଏସୋସିଏସନ ପକ୍ଷରୁ ଅନାଥ ପିଲାଙ୍କୁ ମିଳିଲା ଯୋଗ ଶିକ୍ଷା
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍,
ତା – ୨୧/୬/୨୬ (ଜିଲ୍ଳା ପ୍ରତିନିଧି ସଞ୍ଜୀବ କୁମାର ପତି ଙ୍କ ରିପୋର୍ଟ)
ହେମଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ୟୋଗା ଦିବସ ପାଳିତ ହୋଇଯାଇଛି ।
ହେମଗିରି ଏକଲବ୍ୟ ବାଲଆଶ୍ରମ ଠାରେ ଅନ୍ତର୍ଜାତୀୟ ୟୋଗା ଦିବସ ପାଳିତ
ଆହ୍ଵାନ ସୋସିଆଲ ୱେଲଫେଆର ଏସୋସିଏସନ୍ ପକ୍ଷରୁ ହେମଗିରି ସ୍ଥିତ ଏକଲବ୍ୟ ବାଲ ଆଶ୍ରମ ଠାରେ ଅନ୍ତର୍ଜାତୀୟ ୟୋଗା ଦିବସ ପାଳନ । କୁନିକୁନି ଅନାଥ ପିଲା ମାନଙ୍କ ସହିତ ଏସୋସିଏସନ୍ ର ସଭ୍ୟା ବୃନ୍ଦ ଓ ଯୋଗେ ଗୁରୁ ଜୟସିଂହ ମାଝୀ ୟୋଗା ସମ୍ବନ୍ଧିତ ଜ୍ଞାନ ପ୍ରଦାନ ସହ ବିଭିନ୍ନ ଯୋଗ ମୁଦ୍ରା ସବୁ ଶିଖାଇ ଥିଲେ । ସର୍ବଶେଷରେ ପିଲା ମାନଙ୍କ ସହ ମିଶି ଫଳ ଆହାର କରିଥିଲେ ।ଆସୋସିଏସନ୍ ର ସଭାପତି ସୁମିତା ପଟେଲ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା । ଅନୁପମା ମଲ୍ଲିକ, କାନ୍ତି ଧୃଆ, କାନକ ସେଠ ଓ ରମିଲା ଧୃଆ ଉପସ୍ଥିତ ସଭ୍ୟା ମାନଙ୍କ ସମେତ ଆଙ୍ଗନୱାଡ଼ି ଦିଦି ଶୋଭାରାଣୀ ଭଞ୍ଜ ମଧ୍ୟ ଉପସ୍ଥିତ ଥିଲେ ।
ସେହିପରି …..
ହେମଗିରି ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହେମଗିର ପରିସରରେ ଆନ୍ତର୍ଜାତିକ ବିଶ୍ଵ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯଦୁମଣି ଦାଶ ମହୋଦୟ ଯୋଗ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଆଧୁନିକ ବ୍ୟସ୍ତବହୁଳ ଜୀବନରେ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ପାଇଁ ଯୋଗର ଆବଶ୍ୟକତା ଅପରିହାର୍ଯ୍ୟ। ଦୈନନ୍ଦିନ ଜୀବନରେ ଯୋଗ ଏବଂ ପ୍ରାଣାୟାମକୁ ସାମିଲ କରିବା ଦ୍ଵାରା ମନ ଏକାଗ୍ର ହେବା ସହ ନିରୋଗ ଜୀବନଯାପନ ସମ୍ଭବ ହୋଇଥାଏ ବୋଲି ସେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ଟି ଜାତୀୟ ସେବା ଯୋଜନା ଏବଂ ୟୁଥ୍ ରେଡ୍ କ୍ରସ୍ ର ମିଳିତ ଆନକୂଲ୍ୟରେ ପାଳିତ ହୋଇଯାଇଛି ଏଥିରେ ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ ଅଫିସର ଶୁଭସ୍ମିତା ପ୍ରଧାନ ଓ ୟୁଥ ରେଡ୍ କ୍ରସ ର କାଉନସେଲର ରୂପେନ୍ଦ୍ର କୁମାର ବାଘ ଙ୍କ ସହିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଉପସ୍ଥିତ ରହି ସାମୂହିକ ଭାବେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ। ଶେଷରେ ସମସ୍ତଙ୍କୁ ନିଜ ଜୀବନରେ ଯୋଗକୁ ଆପଣାଇବା ପାଇଁ ସଂକଳ୍ପ କରାଯାଇଥିଲା। ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।
