ତାରାତାରିଣୀ ମଣ୍ଡଳ ର ବାର୍ଷିକ ବନ୍ଧୁମିଳନ ଉତ୍ସବ ରେ ଯୋଗଦେଲେ ଖଲ୍ଲିକୋଟ ବିଧାୟକ।
ପୁରୁଷୋତ୍ତମପୁର -ସ୍ଥାନୀୟ ତାରାତାରିଣୀସ୍ଥିତ ଗୌଡ଼ କୋଠ ଘର ଠାରେ ନିଖିଳ ଉତ୍କଳ ବାରିକ ସମିତି ପୂର୍ବଖଣ୍ଡ ତାଲୁକା ତାରାତାରିଣୀ ମଣ୍ଡଳ ର ବାର୍ଷିକ ବନ୍ଧୁମିଳନ ଉତ୍ସବ ଓ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ସେଠି ମୁଖ୍ୟ ଅତିଥିଭାବେ ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥିଭାବେ ଗଞ୍ଜାମ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ଡାକୁଆ, ମୁଖ୍ୟ ବକ୍ତା ସମ୍ପାଦକ ଅଜିତ କୁମାର ବେହେରା, ଖଲ୍ଲିକୋଟ ତାଲୁକା ସଭାପତି ସିମାଞ୍ଚଳ ବାରିକ, ପୋଲସରା ମଣ୍ଡଳ ସଭାପତି ରଞ୍ଜନ କୁମାର ଡାକୁଆ, କୋଦଳା ମଣ୍ଡଳ ସଭାପତି ଦିବାକର ବେହେରା, ସମ୍ପାଦକ ମନରଞ୍ଜନ ବାରିକ, ତ୍ରିମୟୀ ସଭାପତି କାମେଶ୍ୱର ବାରିକ ସମ୍ପାଦକ ରବିନାରାୟଣ ବେହେରା, ତେରସ୍ଥାନ ସଭାପତି ସୁରେନ୍ଦ୍ର ବେହେରା, ପାଲୁର ସମ୍ପାଦକ କୃଷଚନ୍ଦ୍ର ବାରିକ, ପୂର୍ବଖଣ୍ଡ ସମ୍ପାଦକ କୃଷ୍ଣଚନ୍ଦ୍ର ଡାକୁଆ, ସୋରଡ଼ା ସମ୍ପାଦକ ସୁଶାନ୍ତ କୁମାର ବେହେରା, ସହସମ୍ପାଦକ ଉପେନ୍ଦ୍ର ବେହେରା, ବେଢମୁଠା ସମ୍ପାଦକ ଉମାଚରଣ ବେହେରା, ତାରାତାରିଣୀ ମଣ୍ଡଳ ସଭାପତି ବିପିନ ଚନ୍ଦ୍ର ବେହେରା, ପୁରୁଷୋତମପୁର ସଭାପତି ତଥା ଜିଲ୍ଲା ଆଇନ ପରାମର୍ଶ ଦାତା ଅକ୍ଷୟ କୁମାର ବେହେରା, ଉପସଭାପତି ପ୍ରଦୀପ କୁମାର ବେହେରା, ବ୍ରହ୍ମପୁର ସହସମ୍ପାଦକ ତଥା ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ବାରିକ ସମାଜର କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେ ନେଇ ବିସ୍ତୃତ ମାନସ ମନ୍ଥନ ହୋଇଥିଲା। ତାରାତାରିଣୀ ମଣ୍ଡଳ ର କୋଠଘର ନଥିବାରୁ ଆଗାମୀ ଦିନରେ କିପରି କୋଠଘର ନିର୍ମିତ ହୋଇପାରିବ ସେ ନେଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପଟା ଥିବା ଜାଗା କିଣିବା ପରେ କୋଠା ନିର୍ମାଣ ପାଇଁ ଅନୁଦାନ ଯୋଗାଇଇଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ।୨୨ତାଲୁକା ଓ ମଣ୍ଡଳ /ମଠା ମଧ୍ୟରେ ୧୧ଟି କୋଠ ଘର ୫ଟା ହୋଇଥିବା ବେଳେ ୬ଟି ନିର୍ମାଣଧୀନ ରହିଛି ବୋଲି ଜିଲ୍ଲା ସମ୍ପାଦକ ତାଙ୍କ ବକ୍ତବ୍ୟ ରଖିଥିଲେ।ଶେଷରେ ଚଳିତ ଶିକ୍ଷାବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ଭଲ ନମ୍ବର ରଖି ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଏବଂ ସିଲ ଦିଆଯାଇ ବିଧାୟକ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ତାରାତାରିଣୀ ମଣ୍ଡଳ ଓ ସତମୁଠାର କାର୍ଯ୍ୟକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୌରୀ ଶଙ୍କର ବେହେରା ଅତିଥି ପରିଚୟ ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ।
