**ନୂଆପଡ଼ା ଖରିଆର ରୋଡ଼ ଏନ୍ଏସିରେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ l*
ନୂଆପଡା (ମିଖାଏଲ ନନ୍ଦ)
ତା-୧୮/୦୬:
ନୂଆପଡା ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଂଚଳ ପରିଷଦ, ଖରୀଆର ରୋଡ ଦ୍ୱାରା ୱାର୍ଡ ନଂ ୧୬ ଏବଂ ୧୭ ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ
ଡ: ସୋନିଆ ଅଗ୍ରୱାଲ, ପରିଷଦ ର ଅଧ୍ୟକ୍ଷା, ଶ୍ରୀଯୁକ୍ତ ନିଶାନ୍ତ ଡାଗା, ଉପାଧ୍ୟକ୍ଷ, ସମସ୍ତ ସଭ୍ୟ ଓ ସଭ୍ୟା ଯୋଗ ଦେବା ସହ ବହୁ ମାତ୍ରା ରେ ଜନ ସାଧାରଣ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଜନ ସାଧାରଣ ଙ୍କ ସହ ସରକାର ଙ୍କ ସିଧାସଳଖ ସମ୍ପର୍କ କୁ ସୁଦୃଢ କରିବା, ନାଗରିକ ମାନଙ୍କ ସକ୍ରିୟ ସହଭାଗିତା କୁ ପ୍ରୋତ୍ସାହନ ଦେବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସଚେତନତା ସୃଷ୍ଠି କରିବା ଓ ନାଗରିକ ମାନଙ୍କ ମତାମତ ଓ ଆଶା ଆକାଂକ୍ଷା କୁ ଶାସନ ପ୍ରକ୍ରିୟା ସହ ଯୋଡ଼ିବା ଉଦ୍ଦେଶ୍ୟ ରେ ଆୟୋଜନ କରାଯାଇଥିଲା। ଏହା ସହିତ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନା ଅଧୀନରେ ଖାଉଟୀ କାର୍ଡ ଏବଂ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତୀ ଅବସର ରେ ପ୍ରମୁଖ ସଫଳତା ର ବାର୍ତ୍ତା ପୁସ୍ତିକା “ବିକାଶର ଧାରା ଓଡ଼ିଶା ସାରା” ଉପସ୍ଥିତ ଥିବା ସମସ୍ତ ଜନ ସାଧାରଣଙ୍କ ଅବଗତି ନିମନ୍ତେ ବଣ୍ଟନ କରାଗଲା।
