ବନ୍ଧୁକ ଦେଖାଇ ସୁନା ରୂପା ଅଳଂକାର ଲୁଟ ତାଳଚେର
ଦୁଇ ଅପରାଧୀଙ୍କୁ ଗୋଡ଼େଇ ଗୋଡ଼େଇ ଗୁଳି ମାରିଲା ପୋଲିସ ଅନୁଗୋଳ ରେ ଦୂର୍ଦାନ୍ତ ଡକାୟତ ଙ୍କ ସହ ପୋଲିସର ଏକାଉଣ୍ଟ୍ ର ଗୁଳି ବିନିମୟ ପରେ ଦୁଇ ଡକାୟତ ଆହାତ ହୋଇଥିବାବେଳେ ମୋଟ୍ ଚାରି ଜଣକୁ ଗିରଫ କରିଛି ତାଳଚେର ପୋଲିସ ମାତ୍ର ୧୨ ଘଣ୍ଟା ମଧ୍ୟରେ ବହୁ ଚର୍ଚ୍ଚିତ ଶସସ୍ତ୍ର ଡକାୟତି ଘଟଣାର ପର୍ଦ୍ଧାଫାଶ କରିଛି ତାଳଚେର ପୋଲିସ ଲୁଟ୍ ହୋଇଥିବା ପ୍ରାୟ ସୁନା ଓ ରୂପା ଅଳଂକାର ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଅନୁଗୋଳ ଜିଲ୍ଲା ର ତାଳଚେର ହାଟତୋଟା ସ୍ଥିତ ବାଲାଜିଗଲ୍ଡ ରିଫାଇନ୍ସ ଗତ ୧୭ ଜୁନ୍ ସନ୍ଧ୍ୟା ରେ ଶସସ୍ତ୍ର ଡକାୟତି ଘଟିଥିଲା ଦୂର୍ବୁତ ମାନେ ପ୍ରାୟ ଦୁଇଶହ ୩୦ ଗ୍ରାମ ସୁନା ୬୦ ଗ୍ରାମ ସୁନା ଅଳଙ୍କାର ୭୦୦ ଗ୍ରାମ ରୁପା ଅଳଙ୍କାର ଲୁଟି ନେବା ସହ ଜଣେ କର୍ମଚାରୀ ଙ୍କୁ ବନ୍ଧୁକ ମୁନରେ ଅପହରଣ କରି ଏକ ଉଣ୍ତାଇ ଫରନା କାର ରେ ଫେରାର ହୋଇଯାଇଥିଲେ। ଘଟଣାପରେ ଅନୁଗୋଳ ଏସ୍ ପି ଙ୍କ ତପ୍ତରତା ପରେ ୫ଟି ସ୍ଵତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ସିସିଟିଭି ଫୁଟେଜ ତଦନ୍ତ ଆଧାର ରେ ଗାଡ଼ି କୁ ଚିହ୍ନଟ କରି ପୋଲିସ୍ ପିଛା କରିଥିଲା। ଅଭିଯୁକ୍ତ ମାନେ NH55 ଦେଇ ସମ୍ବଲପୁର ଦେଇ ପଳାଉଥିବା ଖଣ୍ତପା ଥାନ ଅଧିନ ଚୁଲିଆପୁର ଜଙ୍ଗଲ ନିକଟରେ ଗାଡ଼ି ଛାଡ଼ି ଫେରାର ହେବାକୁ ଚେଷ୍ଟା କରିଥିଲେ ପୋଲିସ ପିଛା କରିବା ସମୟରେ ଗୁଳି ଚଳାଇଥିଲେ। ସୁରକ୍ଷା ପାଇଁ ପୋଲିସ ନିୟମିତ ଭାବେ ପାଲଟା ଗୁଳି ଚଳାଇଥିଲା। ଏକାଉଣ୍ଟ୍ ମହାରାଷ୍ଟ୍ରର ,ସଚିନ୍ ,ରଜେଡେ,ଓପ୍ରକାଶ,ମାଟନେ, ଗୋଡ଼ରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି।ସେପରି ୪ରି ଜଣକୁ ପୋଲିସ୍ ଗିରଫ କରିଛି ଅଭିଯୁକ୍ତ ନିକଟରୁ ସୁନା ରୂପା ଅଳଂକାର ବନ୍ଧୁକ କାର ଜିବନ୍ତ ଗୁଳି ଜବତ କରିଛନ୍ତି। ତେବେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ କରାଯାଉଛି
