ବରଗଡ ଗୁରୁଦ୍ୱାରାରେ ଶିଖ ଧର୍ମର ପଞ୍ଚମ ଗୁରୁ ଶ୍ରୀ ଅର୍ଜୁନଦେବଙ୍କ ସହୀଦ ଦିବସ ପାଳନ।
ବରଗଡ – ଗୁରୁବାର ଦିନ ଶିଖ ଧର୍ମର ପଞ୍ଚମ ଗୁରୁ ଶହିଦୋ କେ ସରତାଜ ଗୁରୁ ଶ୍ରୀ ଅର୍ଜୁନଦେବଙ୍କ ଶହୀଦ ଦିବସ ବରଗଡ ଗୁରୁଦ୍ୱାରା ଠାରେ ମିଠା ଥଣ୍ଡା ସରବତ ବଣ୍ଟନ କରି ପାଳନ କରାଗଲା । ସମସ୍ତ ଜନସାଧାରଣ ଭକ୍ତ ପାଇଁ ଲଙ୍ଗର ର(Langer) ବ୍ୟବସ୍ଥା ମଧ୍ୟ ହୋଇଥିଲା।ଏହି ଅବସରରେ ବରଗଡର ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ ମହୋଦୟ ମୁଖ୍ୟ ଅତିଥି ଭାବେ ପହଁଞ୍ଚି ଉକ୍ତ ସରବତ ବଣ୍ଟନ ସେବାରେ ଯୋଗଦେଇ ଥିଲେ।ଗୁରୁଦ୍ୱାରାର ବିକାଶ ମୂଳକ କାର୍ଯ୍ୟ ପାଇଁ ତାଙ୍କ ସହିତ ଚର୍ଚ୍ଚା ଆଲୋଚନା ମଧ୍ୟ କରାଗଲା। ଚର୍ଚ୍ଚା ସମୟରେ ଗୁରୁଦ୍ୱାରାର ସଭାପତି ସର୍ଦାର ସୁଖବନ୍ତ ସିଂହ, ସମ୍ପାଦକ ସର୍ଦାର ପ୍ରୀତମ ସିଂହ, କୋଷାଧ୍ୟକ୍ଷ ଅବତାର ସିଂହ, ବରିଷ୍ଠ ସଦସ୍ୟ ସରଦାର ଇଂଦରଜୀତ ସିଂହ, ସରଦାର ଯସବୀର ସିଂହ ସୈନୀ,ସରଦାର ଅମରଜୀତ ସିଂହ,ସରଦାର ତରସେମ ସିଂହ ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।
