
ଚୋରି ଅଭିଯୋଗରେ ଦୁଇ ଯୁବକ ଗିରଫ।
ରେଢ଼ାଖୋଲ ୧୭.୬(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ବୁଧୁବାର ଦିନ ଚୋରି ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ରେଢ଼ାଖୋଲ ପୋଲିସ। ଅଭିଯୁକ୍ତ ଯୁବକ ମାନେ ହେଲେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଡିମିରିକୁଡ଼ା ଗ୍ରାମର ବାସିନ୍ଦା ଚିଣ୍ଟୁ ନାଏକ(୨୧) ଓ ଅନୁଗୁଳ ଜିଲ୍ଲା ଥାନା ହଣ୍ଡପା ଅଁଳାବେରିନି ଗ୍ରାମର ନବୀନ ପରିଡ଼ା। ସୂଚନା ଯୋଗ୍ୟ ଯେ ଉକ୍ତ ଯୁବକ ମାନେ ଅଭିଯୋଗକାରୀ ଙ୍କ ଘର ତାଲା ଭାଙ୍ଗି ଘର ଭିତରୁ ଦୁଇ ବ୍ୟାଟେରୀ, ଦୁଇ ଇନଭର୍ଟର ମେସିନ୍, ଗୋଟିଏ ସିଲିଂ ଫ୍ୟାନ ଚୋରି କରି ଏକ ବାଇକ ଯୋଗେ ଫେରାର ହୋଇଯାଇଥିଲେ। ପରେ ସେଗୁଡ଼ିକୁ ବିକ୍ରି କରିଥିଲେ। ଏ ସଂକ୍ରାନ୍ତରେ ରେଢ଼ାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରି ଉକ୍ତ ଦୁଇ ଅଭିଯୁକ୍ତ ଯୁବକ ମାନଙ୍କୁ ଗିରଫ କରିଥିଲେ। ତା ସହିତ ଅଭିଯୁକ୍ତ ଚିଣ୍ଟୁ ସ୍ୱୀକାର କରିଛନ୍ତି ଯେ ଛେଣ୍ଡିପଦା ଅଞ୍ଚଳରେ ଟ୍ରକ୍ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ସମୟରେ ଅଞ୍ଚଳରୁ ଏକ ହୋଣ୍ଡା ସାଇନ୍ ବାଇକ୍ ଚୋରି କରି ନିଜେ ବ୍ୟବହାର କରୁଛନ୍ତି। ଏଥିରେ ରେଢ଼ାଖୋଲ ପୋଲିସ କେସ ନଂ ୧୧୩/୨୬ ରେ ଏକ ମାମଲା ରୁଜୁ କରି ଉକ୍ତ ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ଥାନା ଅଧିକାରୀ ସନୟ କୁମାର ନାଏକ ସୂଚନା ଦେଇଛନ୍ତି।
