*ନୂଆପଡ଼ା ଜିଲ୍ଲା ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ୍ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଗସ୍ତ ଜିଲ୍ଲା ସଦଭାବନା ସଭାଗୃହରେ ଡିଜିଟାଲ ଇନଫୁଲାନ୍ସର୍ ସହ ବାର୍ତ୍ତା*
ନୂଆପଡା(ମିଖାଏଲ ନନ୍ଦ)
ତା:୧୭.୦୬.
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ର ପ୍ରଭାବ ବଢ଼ି ଚାଲିଥିବା ବେଳେ ସମସ୍ତ ତଥ୍ୟକୁ ଲୋକ ଲୋଚନ କୁ ଆଣିବା ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ସରକାରଙ୍କ ୧୨ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ ଶାସନ, ବ୍ୟବସ୍ଥା, ଜଣ କଲ୍ୟାଣକାରି ଯୋଜନା ଏବଂ ଲାଭ ଉଠାଉ ଥିବା ଜନସାରଣଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି କରି ସରକାରଙ୍କ ବାର୍ତ୍ତା କୁ ପହଞ୍ଚାଇବା ପାଇଁ ଆହ୍ୱାନ କରିଥିଲେ। ନୂଆପଡ଼ା ଜିଲ୍ଲା ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ୍ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ସଦଭାବନା ସଭାଗୃହରେ ଡିଜିଟାଲ ଇନଫୁଲାନ୍ସର୍ ସହ ବାର୍ତ୍ତା କରିଥିଲେ। ଭିଡିଓ ମାଧ୍ୟମରେ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି, ଐତିହାସିକ ପଦକ୍ଷେପ,ବିକାଶ ଓ ବିକଶିତ ଭାବଧାରା କୁ ଓଡ଼ିଶା ସାରା ପ୍ରଚାର କରିବାକୁ ଆହ୍ୱାନ କରିଥିଲେ। ଏହି ବୈଠକ ରେ ଜିଲ୍ଲାପାଳ ମଧୁସୂଦନ ଦାଶ, ସମସ୍ତ ଡିଜିଟାଲ ଇନଫୁଲାନ୍ସର୍, ପୂର୍ବତ୍ତନ ସାଂସଦ ବସନ୍ତ ପଣ୍ଡା, ପୂର୍ବତ୍ତନ ବିଧାୟକ ହିତେଶ କୁମାର ବଗର୍ତ୍ତି ,ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଯୋଗ ଦେଇଥିଲେ।
