ବିକଶିତ ଭାରତ–୨୦୩୬ ଉପରେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ
ଦେବଗଡ଼, : ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକଶିତ ଭାରତ–୨୦୩୬” ଏବଂ ଓଡ଼ିଶାର ବିକାଶ ଯାତ୍ରାକୁ ନେଇ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ଚକ୍ର ଦେବଗଡ଼ ସର୍କିଟ ହାଉସ୍ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଯୋଗଦେଇ ରାଜ୍ୟର ସାମଗ୍ରିକ ବିକାଶ, ଜନକଲ୍ୟାଣମୂଳକ ଯୋଜନା ଏବଂ ଆଗାମୀ ଦିନର ବିକାଶମୂଳକ ଲକ୍ଷ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସଭାପତିତ୍ୱ କରିଥିଲେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ।
ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ମୁଣ୍ଡ, ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ରହି ଜିଲ୍ଲା ଓ ରାଜ୍ୟର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ଦିଗରେ ନିଜ ମତାମତ ପ୍ରଦାନ କରିଥିଲେ।
ଆଲୋଚନା ଚକ୍ରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ବିକଶିତ ଭାରତ ଗଠନ, ଜିଲ୍ଲାର ସାମାଜିକ ଓ ଆର୍ଥିକ ଅଗ୍ରଗତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ଭିତ୍ତିଭୂମି ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କ ବହୁମୂଲ୍ୟ ମତାମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ। ଉପସ୍ଥିତ ଅତିଥିମାନେ ମଧ୍ୟ ସେହି ସମସ୍ତ ପ୍ରସ୍ତାବ ଓ ମତାମତକୁ ସକାରାତ୍ମକ ଭାବେ ଗ୍ରହଣ କରି ଆଗାମୀ ଦିନର ବିକାଶ ଯୋଜନାରେ ଏହାର ଗୁରୁତ୍ୱ ରହିବ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବର୍ଗ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ସୁଚାରୁରୂପେ ସଂଯୋଜନା
