*ନୂଆପଡ଼ା ଜିଲ୍ଲାର ଏ ସ୍ଥାନ ରେ ଚାଷୀ ଆନ୍ଦୋଲନ, ନୂଆପଡ଼ା ରେ ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ, ମଣ୍ଡିରୁ ଧାନ ଉଠିବା ଦାବୀ ନେଇ କୃଷକ ମାନେ ଉତ୍ୟକ୍ତ* ନୂଆପଡା(ମିଖାଏଲ ନନ୍ଦ)
ତା :୧୬.୦୬.
ନୂଆପଡ଼ା ଜିଲ୍ଲାରେ କୃଷି ସମସ୍ୟା ଓ ମଣ୍ଡିରୁ ରବି ଧାନ ନ ଉଠିବା ନେଇ ଏକାଧିକ ସ୍ଥାନରେ ଚାଷୀମାନେ ଆନ୍ଦୋଲନ କୁ ଓହ୍ଲାଇ ଥିବା ବେଲେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ କୁ ଅବରୋଧ କରିଛନ୍ତି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଘେରାଉ କରିଥିଲେ। ରବି ଧାନ ଉଠାନ ନେଇ ଦାବୀ କରିଥିବା ବେଲେ ମିଲର୍ସ ମାନେ ଧାନ ନ ଉଠିବା ଚକ୍ରାନ୍ତ କରୁଛନ୍ତି। ଜିଲ୍ଲା ର ୩୮ ସମବାୟ ସମିତି ପକ୍ଷ ରୁ ଧାନ କ୍ରୟ କରିବା ଲକ୍ଷ ଥିବା ବେଲେ ଅଧିକାଂଶ ମଣ୍ଡି ରେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳରେ ପଡ଼ି ରହିଅଛି। ଆସନ୍ତା ଦିନ ରେ ବର୍ଷା ସହ ଖରିଫ ଧାନ ଚାଷ ପାଇଁ ଚାଷୀ ପ୍ରସ୍ତୁତି ମଧ୍ୟ ହୋଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି।ରବି ଧାନ ମଣ୍ଡିରୁ ଉଠାଇବା ନେଇ ବିଳମ୍ବ ହେଇଥିବା ବେଳେ ମିଲର୍ସ ମାନେ କଟଣି ଛଟନି କରିଥିବା ଅଭିଯୋଗ କରିଛନ୍ତି। ଏହି ଆନ୍ଦୋଲନ ନେଇ ଓଡ଼ିଶା ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ କୃଷକ ଙ୍କ ଏକ ପ୍ରତିନିଧି ଦଳ ନୂଆପଡ଼ା ଠାରେ ସାକ୍ଷାତ କରିଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତି ରେ ନିର୍ଭର ଯୋଗେ ପ୍ରତିଶ୍ରୁତି ଦେଇଥିଲେ। ଆନ୍ଦୋଲନ ପ୍ରତ୍ୟାହୃତ ହୋଇଅଛି।
