*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ହାଟପଦା ଠାରେ ବହୁମୁଖୀ ହଲ୍ ଉଦ୍ଘାଟନ, ୨ କୋଟି ୧୮ ଲକ୍ଷ ଏହି ହଲ୍ ଲୋକଙ୍କ ପାଇଁ ସହାୟକ ହେବ ବୋଲି ଆହ୍ୱାନ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ହାଟପଦା ଠାରେ ବହୁମୁଖୀ ହଲ୍ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ୨ କୋଟି ୧୮ ଲକ୍ଷ ଅର୍ଥ ବ୍ୟୟ ରେ ନିର୍ମିତ ଏହି ହଲ୍ ଲୋକଙ୍କ ପାଇଁ ସହାୟକ ହେବା ସହ ଆବଶ୍ୟକତା ପୁରଣ କରିବା ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ଏନ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ସତନ୍ତ୍ର୍ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତ୍ତନ ସାଂସଦ ଅର୍କ କେଶରୀ ଦେଓ, ଖଡ଼ିଆଳ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଉପାଧ୍ୟକ୍ଷା ଶକୁନ୍ତଳା ରାଉତ ଏବଂ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ବହୁମୁଖୀ ହଲ୍ ପାଞ୍ଚ ଶହ କ୍ଷମତା ସମ୍ପର୍ଣ୍ଣ ଥିବା ବେଳେ ଏହି ହଲ୍ ରେ ଅଞ୍ଚଳ ବାସୀ ସାମାଜିକ, ରାଜନୀତିକ, ସରକାରୀ ବେସରକାରୀ କାର୍ଯ୍ୟକ୍ରମ କରିବା ସହ ସଭା,ସମିତି,ଅନୁଷ୍ଠିତ ହେବ। ଏହି ହଲ୍ ରେ ଆବଶ୍ୟକ ଥିବା ଭିତ୍ତିଭୂମି ବିକାଶ ପାଇଁ ସାଂସଦ ଏବଂ ବିଧାୟକ ପାଣ୍ଠି ଅନୁରୋଧ କରିଛନ୍ତି।
