ଆମ ତହସିଲ ଆମ ଗାଁରେ’; ସୋର ତହସିଲଦାର ଙ୍କୁ ରାଜସ୍ୱ ମନ୍ତ୍ରୀ ଙ୍କ ପ୍ରଶଂସା
ସାର, (ଜ୍ୟୋତିପ୍ରକାଶ ଦୀକ୍ଷିତ, ଭଞ୍ଜଦୂତ ,ନିପ୍ର) : ଆମ ତହସିଲ ଆମ ଗାଁରେ କାର୍ଯ୍ୟକ୍ରମ କୁ ରାଜସ୍ବ ମନ୍ତ୍ରୀ ପ୍ରଶଂସା। ସୋର ଭାରାପ୍ରାପ୍ତ ତହସିଲଦାର କୃଷ୍ଣମମୋହନ ସିଂ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭୁବନେଶ୍ଵର ବାସଭାବନରେ ସାକ୍ଷାତ କରିଛନ୍ତି। ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଆମ ତହସିଲ ଆମ ଗାଁରେ ଅଭିଯାନ ସମ୍ପର୍କରେ ଶୁଣି ତହସିଲଦାର ଙ୍କ ପ୍ରଶଂସା କରିଥିଲେ। ସୋର ତହସିଲ ଆରମ୍ଭ କରିଥିବା ଆମ ତହସିଲ ଆମ ଗାଁରେ କାର୍ଯ୍ୟକ୍ରମ ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜନସାଧାରଣଙ୍କ୧୩୩ ଟି ଅଭିଯୋଗ ଶୁଣାଣୀ କରି ୩୬ ଟି ଅଭିଯୋଗର ତ୍ବରିତ ଶୁଣାଣି କରାଯାଇଥିଲା । ରାଜସ୍ତ୍ର ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଜନହିତକର କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର ସହ ଆହୁରି ଆଗକୁ ନେବାକୁ ପରାମର୍ଶ ଦେବା, ସହିତ ଭାରପ୍ରାପ୍ତ ତହସିଲଦାର ଶ୍ରୀ ସିଂଙ୍କୁ ପ୍ରଶଂସା କରିଥିଲେ । ମାସର ପ୍ରତ୍ୟେକ ସୋମବାର, ଗୋଟିଏ ଗୋଟିଏ ପଞ୍ଚାୟତ ଗୁଡିକରେ ଏହି କାର୍ଯ୍ୟକ୍ରମ କରିବାକୁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଭାରାପ୍ରାପ୍ତ ତହସିଲଦାର ଶ୍ରୀ ସିଂଙ୍କୁ ପରାମର୍ଶ ଦେଇଥିଲେ ।
