*ନୂଆପଡ଼ା ଜିଲ୍ଲାକୁ ଭେଟି ଖରିଆର ରୋଡରେ ୫୦୦ ସିଟ୍ ବିଶିଷ୍ଟ ହଲ୍ର ଶୁଭାରମ୍ଭ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୬.
ନୂଆପଡ଼ା ଜିଲ୍ଲାର ଖରିଅର ରୋଡ ସ୍ଥିତ ଆଦିବାସୀ ପଡ଼ା ଠାରେ ୫୦୦ କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍ର ଶୁଭ ଉଦ୍ଘାଟନ ଉତ୍ସବ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଞ୍ଚଳ ସଭା, ସମିତି,ବୈଠକ ସହ ଭାବବିନିମୟ ହେବାର ସୁଯୋଗ ସୃଷ୍ଟି କରିବା ସହ ଅଭିନବ ପ୍ରୟାସ ଦ୍ୱାରା ସହରାଞ୍ଚଳ ବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିକି ରଖିବ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ,ନଗର ଅଧ୍ୟକ୍ଷା ଡଃ. ସୋନିଆ ଜୈନ, ନିର୍ବାହୀ ଅଧିକାରୀ କମଲାସନ୍ ରଥ।ଯୋଗ ଦେଇଥିଲେ।
ଏହି ବହୁମୁଖୀ ହଲ୍ ସ୍ଥାନୀୟ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ସମୁଦାୟଭିତ୍ତିକ କାର୍ଯ୍ୟକଳାପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଗଢ଼ିଉଠିବ ବୋଲି ଆଶା କରୁଛି। ସେହିପରି ନାଗରିକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ସେମାନଙ୍କ ମତାମତ, ଆବଶ୍ୟକତା ଓ ବିକାଶ ସମ୍ପର୍କିତ ପ୍ରସ୍ତାବ ଶୁଣିବାର ସୁଯୋଗ ମିଳିଲା।
