ସୋରରେ ମନ୍ଦିର ଚୋର ସକ୍ରିୟ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::
ଚୋରଙ୍କ ଲୋଲୁପ ଦୃଷ୍ଟିରେ ମନ୍ଦିର ।ସୋର ମାତିଛନ୍ତି ମନ୍ଦିର ଲୁଟେରା।ଗତ କିଛିଦିନ ତଳେ ସବିରା ପଂଚାୟତ ସବିରା ଗ୍ରାମର ପତ୍ରଶୁଣି ଠାରୁ ୩ଟି ମନ୍ଦିର ଚୋରି ହୋଇଥିବା ବେଳେ ଗତକାଲି ରାତିରେ ସବିରା ପଞ୍ଚାୟତର ଅଗପଡା ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି। ଆଜି ସକାଳେ ମନ୍ଦିରର ପୂଜକ ଅନିରୁଦ୍ଧ ଦୀକ୍ଷିତ ମନ୍ଦିର ପୂଜା ପାଇଁ ଆସିବା ସମୟରେ ମନ୍ଦିର ଚୋରି ବାବଦରେ ଜାଣିବାକୁ ପାଇଥିଲେ। ପରେ ଗ୍ରାମବାସୀଙ୍କ ଜଣାଇବା ସହ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ କିଛିଦିନ ମଧ୍ୟରେ ସୋରରେ ଚୋରମାନେ ସକ୍ରିୟ ହୋଇଥିବା ବେଳେ ପୁଲିସ ନିଷ୍କ୍ରିୟ ହୋଇଥିବା ଜଣାପଡିଛି।
