ଅନ୍ତର୍ଜାତୀୟ ଲାୟନ୍ସ ଅଧ୍ୟକ୍ଷଙ୍କ ଦ୍ୱାରା ପୂର୍ବତନ ଜିଲ୍ଲା ଗଭର୍ନର ଲାୟନ୍ ରାକେଶ କୁମାର ସିଂହ ସମ୍ମାନିତ
(ରମେଶ ଅଗ୍ରୱାଲ.:ନିପ୍ର)
ପୂର୍ବତନ ଜିଲ୍ଲା ଗଭର୍ନର ଲାୟନ୍ ରାକେଶ କୁମାର ସିଂହଙ୍କୁ ତାଙ୍କର ଉତ୍କୃଷ୍ଟ ଲାୟନ୍ସ ସେବା କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ଲାୟନ୍ସ ଅଧ୍ୟକ୍ଷଙ୍କ ପକ୍ଷରୁ ପ୍ରଶସ୍ତିପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି। ଏହି ସମ୍ମାନ ଗତ କିଛି ଦିନ ପୂର୍ବେ ଝାରସୁଗୁଡ଼ାରେ ଆୟୋଜିତ ଏକ ନୂତନ ଲାୟନ୍ସ କ୍ଲବ ଉଦ୍ଘାଟନ ସମାରୋହ ଅବସରରେ ଜିଲ୍ଲା ଗଭର୍ନର ଲାୟନ୍ ମମତା ଗୌତମଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ଲାୟନ୍ ରାକେଶ କୁମାର ସିଂହ ତାଙ୍କର ନେତୃତ୍ୱ ଓ ସେବାଭାବ ମାଧ୍ୟମରେ ଏପର୍ଯ୍ୟନ୍ତ ୧୦୨ ଜଣ ନୂତନ ସଦସ୍ୟଙ୍କୁ ଲାୟନ୍ସ କ୍ଲବ ସହ ଯୋଡ଼ିଛନ୍ତି ଏବଂ ପାଞ୍ଚଟି ନୂତନ କ୍ଲବର ଗଠନ ଓ ବିସ୍ତାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସମୁଦାୟରେ ସେ ୨୦୦ରୁ ଅଧିକ ଲୋକଙ୍କୁ ଲାୟନ୍ସ ପରିବାର ସହ ଯୋଡ଼ିବାରେ ସଫଳ ହୋଇଛନ୍ତି।
ତାଙ୍କର ୩୬ ବର୍ଷର ଲାୟନ୍ସ ସେବା ଜୀବନରେ ସେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କୋରୋନା ମହାମାରୀ ସମୟରେ ତାଙ୍କର ପ୍ରୟାସରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୫୦ଟି ଅକ୍ସିଜେନ୍ ମେସିନ୍ ବଣ୍ଟନ କରାଯାଇଥିଲା, ଯାହା ଦ୍ୱାରା ଅନେକ ଆବଶ୍ୟକତାମନ୍ଦ ଲୋକ ଉପକୃତ ହୋଇଥିଲେ।
ଲାୟନ୍ ରାକେଶ କୁମାର ସିଂହଙ୍କ ଏହି ସମ୍ମାନ ଲାୟନ୍ସ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଓ ସମାଜ ପ୍ରତି ନିଷ୍ଠାର ସ୍ୱୀକୃତି ବୋଲି ମନେ କରାଯାଉଛି।
