ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ହେଲେ ଲକ୍ଷ୍ମୀକାନ୍ତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବାଲେଶ୍ଵର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ବିଭିନ୍ନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଏହି ଘୋଷଣା ରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀକାନ୍ତ ମଲ୍ଲିକଙ୍କୁ ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି। ଶ୍ରୀ ମହାଳିକ ଛାତ୍ର ଜୀବନରୁ ରାଷ୍ଟ୍ର ଓ ସମାଜ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ୱୟଂ ସେବକ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଦକ୍ଷ ସଦସ୍ୟ ଥିଲେ। ଗତ ପଂଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଜିତିଥିଲେ। ଦଳପକ୍ଷରୁ ତାଙ୍କୁ ନୂତନ ଦାୟିତ୍ୱ ମିଳିଥିବାରୁ ସେ ଜିଲ୍ଲା ସଭାପତି ଈଶ୍ୱର ବେହେରା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ନାରାୟଣ ମହନ୍ତଙ୍କ ସମେତ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଓଡ଼ିଶା ତଥା ବିଶେଷ ଭାବେ ବାଲେଶ୍ୱର ଜିଲ୍ଲା ଓ ସୋରର ଯୁବକ ମାନଙ୍କର ଅଧିକାର ଓ ବିକାଶକୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି।
