ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ଥାନା କେଦାରପୁର ଗ୍ରାମର ଜଣେ ବୃଦ୍ଧଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗ୍ରାମର ନୃସିଂହ ଲେଙ୍କା (୬୫) ଆଜି ସକାଳେ ଘରେ ବିଦ୍ୟୁତ ସଂଯୋଗ କରୁଥିଲେ। ଏହି ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
