*ବ୍ରାହ୍ମଣୀ ନଦୀ ରେ ବୁଡି ଏକ ମୃତ, ଦୁଇ ନିଖୋଜ
*କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି*
ତାଳଚେର :ତା 8/6/2026: ତାଳଚେର ବ୍ରାହ୍ମଣୀ ନଦୀ ରେ ଗାଧେଉଥିବା ବେଳେ ନଦୀ ରେ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଜଣକୁ ଉଦ୍ଧାର କରାଯାଉ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି |ଅନ୍ୟ ଦୁଇଜଣ ନିଖୋଜ ନିଖୋଜ ଥିବା ନେଇ ସୂଚନା ମିଳିଛି |୩ ଜଣ ଯୁବକ ତାଳଚେର ଟାଉନ ଆଖଣ୍ଡଳମଣି ତୁଠ ନିକଟରେ ଗାଧେଉ ଥିବା ବେଳେ ପାଣିରେ ଭାସି ଯାଇଥିଲେ | ପୋଲିସ ଏବଂ ଦମକଳ ବିଭାଗ ପହଂଚି ଘଟଣା ସ୍ଥଳରେ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିଲେ |ଏ ଘଟଣା ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି | ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏ ଘଟଣା ସମ୍ପର୍କ ରେ ଜାଣିବା ପରେ ଦିଲ୍ଲୀ ରୁ ଫୋନ ଯୋଗେଁ ଅନୁଗୁଳ ଜିଲ୍ଲାପାଳ ଓ ପୋଲିସ ଏସ୍ପି ଙ୍କ ସହ କଥା ହୋଇ ଘଟଣା କୁ ଗୁରୁତ୍ବର ସହ ନେଇ ଉଦ୍ଧାର କାର୍ଯ୍ୟ ରେ ତତ୍ପରତା ପ୍ରକାଶ କରିବା ଉପରେ ପରାମର୍ଶ ଦେଇଥିଲେ | ମୃତ ବ୍ୟକ୍ତି ଙ୍କ ପରିବାରକୁ ସାଂସଦ ସମବେଦନା ଜଣାଇଛନ୍ତି| ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରୀ ଯୋଗାଇ ଦେବାକୁ ସାଂସଦ ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି |ଘଟଣା ସ୍ଥଳରେ ଏବଂ ତାଳଚେର ମେଡିକାଲ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ପହଂଚି ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରିବା ସହ ମୃତ ବ୍ୟକ୍ତି ଙ୍କ ପରିବାର ଙ୍କୁ ଭେଟି ସମବେଦନା ଜଣାଇଛନ୍ତି |
