*ବଜ୍ରାଘାତରେ ଯୁବକ ମୃତ*
(ନିପ୍ର ଗୋକୁଳାନନ୍ଦ ବେହେରା)ଖଜୁରିଆକଟା ୩/୬ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ଉପଖଣ୍ଡରେ ଆଜି ବଜ୍ରପାତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖବରରୁ ପ୍ରକାଶ ଆଜି ଅପରାହ୍ନ ୪ଟା ବେଳେ ହିନ୍ଦୋଳ ଉପଖଣ୍ଡ ରସୋଳଥାନା ଅନ୍ତର୍ଗତ ବୁହାଳୀପାଳ ଗ୍ରାମର ସୁରେଶ ରାଉତଙ୍କ ପୁଅ ସମୀର ରାଉତ(୩୦) ନିକଟରେ ଥିବା ତାଙ୍କ ଖଜୁରୀଗଛ ବଗିଚାକୁ ଯାଇଥିବାବେଳେ ହଟାତ କାଳବୈଶାଖୀ ସହ ମେଘପବନ ଆସିବାରୁ ସମୀର ଏକ ଗଛ ନିକଟକୁ ଯାଇ ଆଶ୍ରୟ ନେଇଥିଲେ। ମାତ୍ର ସେହି ଗଛସହ ସମୀର ରାଉତକୁ ହଟାତ ଖୁବଜୋରରେ ଘଡଘଡି ସହ ବିଜୁଳି ମାରିବାରୁ ସେହିଠାରେ ସମୀର ଟଳି ପଡ଼ିଥିଲେ। ତେବେ ଖବରପାଇ ପରିବାର ଲୋକେ ସମୀରଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆଣିବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପରେ ଆସନ୍ତାକାଲି ଶବବ୍ୟବଚ୍ଛେଦ ହେବବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ସମୀର ରାଉତଙ୍କ ବଜ୍ରାଘାତରେ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଥିବାବେଳେ ମୃତ ସମୀର ରାଉତଙ୍କୁ କ୍ଷତିପୂରଣ ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ବୁହାଳୀପାଳ ଗ୍ରାମବାସି ରାଜ୍ୟସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି
