ଗାଡ଼ି ରୁ ପଡି ଦୁଇ ଆହତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଗାଡିରୁ ପଡି ଦୁଇ ଜଣ ଆହତ ହୋଇଛନ୍ତି। ଏବଂ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ ଆଜି ଅପରାହ୍ନ ସୋର ବ୍ଲକ ଶିରାପୁର ଗ୍ରାମର ରାକେଶ ଜେନା ଏବଂ ତାଙ୍କ ଭାଉଜ ପଦ୍ମାବତୀ ଜେନା ରଜ ଉପଲକ୍ଷେ ମାର୍କେଟିଂ କରିବା ପାଇଁ ନିଜ ସ୍କୁଟର ଅଭିମୁଖେ ବଜାର ଯାଉଥିବା ସମୟରେ ହଠାତ୍ ଗାଡ଼ି ସାମ୍ନା କୁ ଏକ ଶଣ୍ଢ ଆସିଯିବାରୁ ଦୁହେଁ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ସେମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସୂଚନା ମିଳିଛି।
