ଗୁରୁ ଭଗବାନ ସାହୁ ମହୋତ୍ସବର ଦ୍ଵିତୀୟ ପ୍ରସ୍ତୁତୀ ବୈଠକ
ବରଗଡ :୦୮.୦୬.(ନି ପ୍ର )ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଏ ଇ ମିସନ ସ୍କୁଲ ଠାରେ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ଦ୍ବିତୀୟ ପ୍ରସ୍ତୁତି ବୈଠକ ଶ୍ରୀ ଦଧିବାବନ ଶତପଥୀଙ୍କ ସଭାପତିତ୍ବରେ ଉପ ସଭାପତି ସର୍ଦ୍ଦାର ପ୍ରିତମ ସିଂହଙ୍କ ସଂଯୋଜନାରେ ସମ୍ପାଦକ ତୁଳସୀ ଚରଣ ଦାଶ ବିବରଣୀ ପାଠ କରିଥିଲେ ! ଆସନ୍ତା ଜୁନ ୨୮ ତାରିଖ ଦିନ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ମିଳିତ ଆନୁକୂଲ୍ୟରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ସକାଳ ୧୦ ଘଣ୍ଟା ସମୟରେ ପାଳନ କରାଯିବ ! ମୂଖ୍ୟ ଅତିଥି ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ,ସମ୍ମାନିତ ଅତିଥି ବରଗଡ଼ ମୁନସିପାଲଟି ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ କବି ଲକ୍ଷ୍ମୀ ନାରାୟଣ ହୋତା ଯୋଗଦାନ କରିବେ ! ଏହି ଅବସରରେ ଆନ୍ତର୍ଜାତିୟ ସଞ୍ଚାର ଗାୟକ ବାହାକ ଅଲେଖ ସାହୁ(୮୫) ଏବଂ ବୟୋଜ୍ୟେଷ୍ଠ ଦଣ୍ଡ ନୃତ୍ୟ ଗୁରୁ ବିଶ୍ବମ୍ବର ଷାଣ୍ଢ ଟିହା(୮୨)ଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯିବ, ଏହି ଅବସରରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଇବ ସାହିତ୍ୟ ପରିବାର ସୁନ୍ଦରଗଡ଼, ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡ଼ା, ଗୁରୁ ଭଗବାନ ସାହୁ କଳା ନିକେତନ ବଲାଙ୍ଗିର ,ଜନ କଲ୍ୟାଣ କୁଲିତା ସମାଜ ଅତାବିରା ବ୍ଲକ , ଶବ୍ଦନୃତ୍ୟ ଆଦି ଗୁରୁ ଭଜମନ ଦାସ କଳା ପରିଷଦ କୁଟାସିଂହା ବଲାଙ୍ଗିର, ସଚେତନ ହେମା ଢୋଲବନ୍ଧ ପଦ୍ମପୁର, ମାଁ ଚରଦେଇ ଲୋକ ମହୋତ୍ସବ କମିଟି ବିନିକା, ଆମର୍ ସାହିତ୍ୟ ସେବା ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରକୁ ସମ୍ମାନୀତ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ଆସର ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି, ସଂଗଠନ ସମ୍ପାଦକ ପ୍ରଦୀପ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ,ସହ ସମ୍ପାଦକ ଡ଼ ଯଶବୀର ସିଂ ସୈନୀ , ବରିଷ୍ଠ ସଦସ୍ୟ ଉଦ୍ଧବ ଚରଣ ବେହେରା, ବିମଳ କୃଷ୍ଣ ମିଶ୍ର, ଶିବାନନ୍ଦ ମଟାରୀ, ନୂରାବତି ସାହୁ, ସନ୍ତୋଶିନି ଦାଶ, ଜୟଶ୍ରୀ ପଣ୍ଡା , ପ୍ରଦୀପ କୁମାର ମିଶ୍ର, ସାରଥି ମେହେର,ମନୋଜ ବାଗ , ଜଟାଧାରୀ ପ୍ରଧାନ ପ୍ରମୁଖ ସଫଳ ଆୟୋଜନ ପାଇଁ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ ।
