ନିଖିଳ ଉତ୍କଳ ବାରିକ ସମିତିର ବାର୍ଷିକ ସାଧାରଣ ବୈଠକ।
ଖଲ୍ଲିକୋଟ -ଖଲ୍ଲିକୋଟ ବ୍ଲକ ରଶ୍ରୀ ଶ୍ରୀ ମା ବାଗଦେବୀ (ଡାଳଖାଇ )ମନ୍ଦିର ପରିସରରେ ନିଖିଳ ଉତ୍କଳ ବାରିକ ସମିତି ଖଲ୍ଲିକୋଟ ତାଲୁକା ର ବେଢ଼ ମୁଠା ମଣ୍ଡଳ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଖଲ୍ଲିକୋଟ ତାଲୁକା ସଭାପତି ସିମାଞ୍ଚଳ ବାରିକ, ସମ୍ପାଦକ ସୁରେନ୍ଦ୍ର ନାଥ ଡାକୁଆ, ବେଢ଼ମୁଠା ସଭାପତି ବିଦ୍ୟାଧର ଡାକୁଆ, ସମ୍ପାଦକ ଉମାଚାରଣ ବେହେରା, ରମେଶ ଚନ୍ଦ୍ର ବେହେରାଙ୍କ କରକମଳରେ ଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଗତ ବର୍ଷ ର ଆୟ ବ୍ୟୟ ଅଟକଳ ମୂଲ୍ୟ ସମ୍ପାଦକ ବିବରଣୀ ପଠନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତି ରେ ବାରିକ ମାନଙ୍କର ଜୀବିକା ବହୁ କଷ୍ଟ ହୋଇପଡ଼ିଲାଣି ତେଣୁ ସେମାନଙ୍କର ଜୀବିକା କିପରି ଉତ୍ତମ ହୋଇପାରିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ସେମାନଙ୍କର କୌଣସି କୋଠ ଘର ନଥିବାରୁ ସେମାନେ ବହୁ ସମସ୍ୟା ର ସମ୍ମୁଖୀନ ହୋଉଛନ୍ତି ତେଣୁ ସରକାର ଙ୍କ ତରଫରୁ ଯଦି ଗୋଟିଏ କୋଠ ଘର ନିର୍ମିତ ହୋଇପାରିଥାନ୍ତା ତାହାହେଲେ ସେମାନେ ଉପକୃତ ହୋଇପାରିଥାନ୍ତେ ବୋଲି ତାଲୁକା ସଭାପତି ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ରହିତ ଭାଇମାନଙ୍କର ବିଭିନ୍ନ ସମସ୍ୟା ର ଆଲୋଚନା କରାଯାଇ ସମାଧାନ କରାଯାଇଥିଲା। ବାର୍ଷିକ ସାଧାରଣ ବୈଠକରେ ନୂତନ ସଭ୍ୟ ନିର୍ବାଚନ ରହିଥିବାବେଳେ ଯେଉଁ କାର୍ଯ୍ୟକର୍ତ୍ତା ମାନେ ଦାୟିତ୍ୱ ରେ ରହିଥିଲେ ସେହି ମାନେ ହିଁ ପୁର୍ନବାର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ମଙ୍ଗରାଜ ବାରିକ, ଉପସଭାପତି ଗଣେଶ ବାରିକ, ବରିଷ୍ଠ ସଭ୍ୟ ଆନନ୍ଦ ବେହେରା, ସଭ୍ୟ ରବୀନ୍ଦ୍ର ବାରିକ, ଭଗବାନ ବାରିକ, ଚରଣ ଡାକୁଆ, ଦୁର୍ଯ୍ୟୋଧନ ବାରିକ ସମେତ ସମସ୍ତ ରହିତ ଭାଇ ମାନେ ଉପସ୍ଥିତ ରହିଥିଲେ। ଶେଷରେ ସମ୍ପାଦକ ଉମାଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
