କଙ୍କଡ଼ାହାଡ଼ ପରିବେଶ ସୁରକ୍ଷା ମଞ୍ଚ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ।
ପରଜଙ୍ଗ :(ସତ୍ୟବାଦୀ ସେଠୀ ) ଆଜି ବିଶ୍ବ ପରିବେଶ ଦିବସ ଅବସରରେ କଙ୍କଡାହାଡ଼ ବ୍ଲକର ବାଲିକୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉର୍ବେଙ୍ଗୀ ଗ୍ରାମରେ କଙ୍କଡାହାଡ଼ ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଙ୍କଡାହାଡ଼ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ଲୋକମାନଙ୍କ ସହ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଲୋଚନା ଅବସରରେ ପ୍ରଥମେ ପରିବେଶ ସୁରକ୍ଷାର ଗୁରୁତ୍ବ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ମଞ୍ଚର ସଭାପତି ଭାସ୍କର ନାଏକ ମତ ପ୍ରକାଶ କରିଥିଲେ। ଏହାପରେ ମଞ୍ଚର ସଦସ୍ୟ ଶାନ୍ତନୁ କଙ୍କଡାହାଡ଼ ଅଞ୍ଚଳର ଯୁବକମାନେ କିପରି ଅଧୂକ ସଂଖ୍ୟାରେ ପରିବେଶ ସୁରକ୍ଷା କାର୍ଯ୍ୟରେ ସାମିଲ ହୋଇ ଅଞ୍ଚଳର ସୁରକ୍ଷାକୁ ସୁଦୃଢ଼ କରିପାରିବେ, ସେ ବିଷୟରେ ଆଲୋକପାତ କରିଥିଲେ।
ଗ୍ରାମଗୁଡ଼ିକରେ ସସ୍ଥାୟୀ ବନ ସମ୍ପଦ ବ୍ୟବହାର ସୁସ୍ଥଇନାଵଲେ ହାର୍ବଷ୍ଟିଙ୍ଗ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ସଦସ୍ୟ ଦୁଇଟି ଲେଖାଏଁ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତ ନିଆଯାଇଥିଲା। ଶେଷରେ ଆଗାମୀ ବନ ମହୋତ୍ସବ ସପ୍ତାହ ପାଳନ ପାଇଁ ନିଜ ନିଜ ଅଞ୍ଚଳରେ ଉପଯୁକ୍ତ ସ୍ଥାନ ଚୟନ କରିବାର ଦାୟିତ୍ଵ ଦିଆଯାଇଥୂଲା ।ସମସ୍ତେ ମତ ପ୍ରକାଶ କରିଥିଲେ ଯେ, ଭୂଗର୍ଭ ଜଳସ୍ବର ବୃଦ୍ଧି ଏବଂ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ।
