ଉତ୍ତର-ପୂର୍ବ ଭାରତୀୟ ଆଇ.ଟି.ଏଫ୍. ତାଏକୋଣ୍ଡୋରେ କଳାହାଣ୍ଡିର ସଫଳତା
ଭବାନୀପାଟଣା, ୪/୬ (କିଶନ ଶର୍ମା)- ଗତ ତା.୨୭.୦୫.୨୦୨୬ ରୁ ତା. ୩୦.୦୫.୨୦୨୬ ରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଡେଲହାଉସିରେ ୩୫ ତମ ଉତ୍ତର-ପୂର୍ବ ଭାରତୀୟ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ସର୍ବମୋଟ ୧୫ ଜଣ ପ୍ରତିଯୋଗି ଓଡ଼ିଶା ତାଏକୋଣ୍ଡୋ ମୁଖ୍ୟ ଶେଖ୍ ମୁନାୱାର୍ ଏବଂ ମହିଳା କୋଚ୍ ରେସ୍ମା ବେଗମ୍ଙ୍କ ତତ୍ତ୍ୱାବଧାନରେ ଭାଗ ନେଇ ସର୍ବମୋଟ ୮ଟି ମେଡ଼ାଲ ହାସଲ କରି ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେଥି ମଧ୍ୟରୁ କଳାହାଣ୍ଡିରୁ ୭ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। ମେଡ଼ାଲ ତାଳିକାରେ ବାଳିକା ବିଭାଗରେ ୧୦ ବର୍ଷରୁ କମ୍ ଏବଂ ୩୦-୩୫ କେଜି ବର୍ଗରେ ସ୍ପାରିଙ୍ଗ୍ ରେ ସାହିନା ଶେଖ୍ ସିରିନ୍ ବ୍ରୋଞ୍ଜ୍ ମେଡ଼ାଲ ହାସଲ କରିଛନ୍ତି। ସେହିପରି ବାଳକ ବିଭାଗରେ ୧୮-୩୫ ବର୍ଷ ବର୍ଗରେ ଏବଂ ୫୦ ରୁ କମ୍ କେଜି ବର୍ଗରେ ଦୟା ରାଉତ ସ୍ୱର୍ଣ୍ଣ ପଦକ, ପ୍ରିନ୍ସ ତାଣ୍ଡି ରୋପ୍ୟ ପଦକ ଏବଂ ଶୁସାନ୍ତ କୁମାର ନାୟକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ୧୮-୩୫ ବର୍ଷ ବର୍ଗରେ ୬୦-୬୫ କେଜି ବର୍ଗରେ ଇଶାନ ମହାରଣା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ବ୍ୟକ୍ତିଗତ ତୁଲ୍ ବା ପାର୍ଟନ୍ ରେ ପ୍ରିନ୍ସ ତାଣ୍ଡି ସ୍ୱର୍ଣ୍ଣ ପଦକ, ଦୟା ରାଉତ ରୋପ୍ୟ ପଦକ ଏବଂ ଇଶାନ ମହାରଣା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କଳାହାଣ୍ଡିର ଏହି ସଫଳତା ପାଇଁ ଜିଲ୍ଲାବାସୀ ତଥା ଓଡ଼ିଶାବାସୀ ତଥା ବିଭିନ୍ନ କ୍ରୀଡ଼ା ସଂଗଠନ କୃତି ପ୍ରତିଯୋଗିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶେଖ୍ ମୁନାୱାର୍
ଓଡିଶା ମୁଖ୍ୟ/ସାଧାରଣ ସମ୍ପାଦକ
ତାଏକୋଣ୍ଡୋ ଏସୋସିଏସ୍ନ ଓଡିଶା
