ଆଇ ଏସ ଆର ଡି ଏବଂ ୟୁଥ ଫର ୱାଟର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ।
ବ୍ରହ୍ମପୁର -ଆଇ ଏସ୍ ଆର୍ ଡି ଏବଂ ୟୁଥ୍ ଫର୍ ୱାଟର+ ର ମିଳିତ ଆନକୂଲ୍ୟରେ ଆଇ ଏସ୍ ଆର୍ ଡି ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଙ୍କ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ କରିବା ପାଇଁ ଆହ୍ୱାନ କରା ଯାଇଥିଲା । ଏହି ଅବସରରେ ସଖୀ, ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ଶକ୍ତି ସଦନର କର୍ମକର୍ତ୍ତା ଓ ଖଲ୍ଲିକୋଟ କଲେଜ,ମହାମୟୀ କଲେଜ ଓ ସିଟି କଲେଜ ର ବିଦ୍ୟାର୍ଥି ମାନେ ଉପସ୍ଥିତ ରହି ସଫେଇ ଓ ବୃକ୍ଷରୋପଣ, ସଚେତନତା କାର୍ଯ୍ୟକ୍ରମ କରିଥିଲେ। “ସ୍ବଚ୍ଛ ଗଞ୍ଜାମ ଗଢ଼ିବାରେ ଆମେ ସମସ୍ତେ ଭାଗୀଦାର। ଆସନ୍ତୁ ସଙ୍କୋଚ ଛାଡ଼ି, ହାତରେ ଝାଡ଼ୁ ଧରି ନିଜ ଗାଁ ଓ ସହରକୁ ସ୍ବଚ୍ଛ ଓ ସବୁଜ କରିବା ପାଇଁ ଶ୍ରମଦାନ କରିବା”ଗଞ୍ଜାମ ଜିଲ୍ଲାପାଳ ଙ୍କ ଏହି ବାର୍ତ୍ତା ରେ ପ୍ରେରିତ ହୋଇ ଆଇ ଏସ୍ ଆର୍ ଡି ଦ୍ୟାରା ଦୁଇ ଦିନିଆ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ଏବଂ ଆସନ୍ତା ତା। ୦୬/୦୬/୨୦୨୬ ରିଖ ରେ ରମେୟାପାଟଣା ସମୁଦ୍ର ବେଳଭୂମି ସ୍ବଚ୍ଛ କରିବା ପାଇଁ ଆୟୋଜନ କରାଯାଇଛି। ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ମୁନସିପାଲଟି ର ଅଳିଆ ଆବର୍ଜନା ଉଠାଉଥିବା ଗାଡ଼ିର ବ୍ଯବାହାର କରିବା ନଚେତ୍ ଗାତ ଖୋଳି ଅଳିଆ ଆବର୍ଜନାକୁ ପୋତିବା କିମ୍ବା ନିଆଁ ଲଗାଇ ଜାଳିବା ଦ୍ୱାରା ପରିବେଶ ପ୍ରଦୂଷଣ କୁ ରୋକାଯାଇ ପାରିବ ବୋଲି ୱାନ୍ ଷ୍ଟପ ସେଣ୍ଟରର ଆଇନ ସହାୟିକା ସ୍ନେହମୟୀ ପାଢ଼ୀ ମତ ଦେଇ ଥିଲେ। ଏମ୍ କେ ସି ଜି ମେଡିକାଲ୍ କଲେଜ୍ କ୍ୟାମ୍ପସ ଭିତରେ ଏକ ରାଲି ସହିତ ମାନବ ଶୃଙ୍ଖଳା ମାଧ୍ୟମରେ ସାଧରଣ ଜନତାଙ୍କୁ ପରିବେଷ ସୁରକ୍ଷା ରଖି ସୁସ୍ଥ ପରିବେଷ ପାଇଁ ବୃକ୍ଷରୋପଣ କରିବା, ନୂତନ ଜଙ୍ଗଲ ସୃଷ୍ଟି କରିବା, ଜଳ ସଂରକ୍ଷଣ କରିବା ପଲିଥିନ୍ ପ୍ଲାଷ୍ଟିକ ବର୍ଜନ କରିବା ଓ ପରିବେଶ ପ୍ରଦୂଷଣ ରୋକିବା ଇତ୍ୟାଦି ପାଇଁ ସ୍ଲୋଗାନ ଜରିଆରେ ଆହ୍ବାନ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି ୱାନ୍ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହାଶ୍ୱେତା ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ସୌଦାମିନି ସାହୁ ଆସ୍କିଲା ରାଇକା, ଐଶ୍ୱର୍ଯ୍ୟା ସାବତ, ପାର୍ବତୀ ମଲ୍ଲିକ, ମଧୁସ୍ମିତା ମଲ୍ଲିକ, ପ୍ରଭାସିନୀ ପାଣିଗ୍ରାହୀ, ଗୋପାଳ ଦଳ ବେହେରା ଓ ବଜରଙ୍ଗ ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
