*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକ: ଯୋଗଲକ୍ଷ୍ମୀ ଜିନିଂ ମିଲ୍ର ୧.୬ ଏକର ଜମି କିସମ ପରିବର୍ତନ ପ୍ରସ୍ତାବକୁ ମଞ୍ଜୁରୀ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୪/୦୬:
ନୂଆପଡ଼ା ଜିଲ୍ଲାରେ ଜୁନ୍–୨୦୨୬ ମାସ ପାଇଁ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ (DLSWCA) ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ କୋମନା ବ୍ଲକ୍ ଅନ୍ତର୍ଗତ ପାଲସିପାନିସ୍ଥିତ ମେସର୍ସ ଯୋଗଲକ୍ଷ୍ମୀ ଜିନିଂ ମିଲ୍ ପକ୍ଷରୁ ଦାଖଲ କରାଯାଇଥିବା ୧.୬ ଏକର ଜମିର କିସମ ପରିବର୍ତନ (ଲ୍ୟାଣ୍ଡ କନଭର୍ସନ) ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କମିଟିର ସଦସ୍ୟମାନେ ପ୍ରସ୍ତାବଟିକୁ ସର୍ବସମ୍ମତିରେ ଅନୁମୋଦନ କରିଥିଲେ I ବୈଠକରେ ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲିଙ୍କ ସମେତ ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାରେ ଶିଳ୍ପ ସ୍ଥାପନ ଓ ନିବେଶକୁ ପ୍ରୋତ୍ସାହନ ଦେବା ସହିତ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ଦ୍ରୁତ, ସରଳ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ ବୈଠକ ନିୟମିତ ଭାବେ ଆୟୋଜନ କରାଯାଉଛି।
