ନୂତନ ପ୍ରଧାନଶିକ୍ଷକ ଙ୍କ ଯୋଗଦାନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ସୋର ଶିରାପୁର ସ୍ଥିତ ଉଦୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଧିରେନ୍ଦ୍ର କୁମାର ସ୍ଵାଇଁ ଯୋଗଦାନ ଦେଇଛନ୍ତି। ଆଜି ସକାଳେ ବିଦ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟି ତଥା ଗ୍ରାମବାସୀ ଏବଂ ପୁରାତନ ଛାତ୍ର ସଂସଦ ର ସଦସ୍ୟମାନଙ୍କ ପକ୍ଷରୁ ଶ୍ରୀଯୁକ୍ତ ସ୍ଵାଇଁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା।
କାର୍ଯ୍ୟଭାର ଗ୍ରହଣ କରିବା ପରେ ଏକ ସ୍ୱତନ୍ତ୍ର ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ନୂତନ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଶିକ୍ଷାଦାନର ମାନ ବୃଦ୍ଧି, ଶୃଙ୍ଖଳା ରକ୍ଷା ଏବଂ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଶ୍ରୀଯୁକ୍ତ ସ୍ଵାଇଁ କହିଥିଲେ”ବିଦ୍ୟାଳୟ ହେଉଛି ଏକ ପବିତ୍ର ଅନୁଷ୍ଠାନ। ସମସ୍ତ ଶିକ୍ଷକ କର୍ମଚାରୀ ଓ ଅଭିଭାବକଙ୍କ ମିଳିତ ସହଯୋଗରେ ହିଁ ଆମେ ଏହି ଅନୁଷ୍ଠାନକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିତୋଳି ପାରିବା।” ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସି ଆର ସିସି ରଶ୍ମିତା ପଣ୍ଡା, ସହକାରୀ ଶିକ୍ଷକ ରଞ୍ଜିତା ବେହେରା ,ମମତା ଘଡେ଼ଇ ,ସ୍ୟୈମ୍ୟାଶ୍ରୀ ପ୍ରଧାନ , ସତୀଶ ସାହୁ,ମାନସ ମଲ୍ଲିକ,ସୁଫିଆ ଖାତୁନ ,ସନ୍ଧ୍ୟାରାଣୀ ବାଗ୍ ,ସୁଲୋଚନା ପୃଥାଳ , ପୁଷ୍ପଲତା ଦୀକ୍ଷିତ ,ବ୍ରଜ ସୁନ୍ଦର ସାହୁ ,ମଧୁସୂଦନ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଅଶ୍ୱିନୀ ପଟ୍ଟନାୟକ, ଶିକ୍ଷାବିତ ମନିନ୍ଦ୍ର ଦିକ୍ଷୀତ, ଯଦୁନାଥ ଦିକ୍ଷୀତ, ପୂର୍ଣ୍ଣଚନ୍ଦ୍ର ପତି, ପୂର୍ବତନ ଛାତ୍ର ଅଶୋକ ବାରିକ୍, ମନୋଜ ପାତ୍ର, ଜ୍ୟୋତିପ୍ରକାଶ ଦିକ୍ଷୀତ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ
