ବେତନଟୀ ଶୁଖିଲାହାର ବନ୍ଧ ଆଡି ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।
ବେତନଟୀ (ନି ପ୍ର)୪/୬ : ବେତନଟୀ ଶୁଖିଲାହାର ବନ୍ଧ ଆଡି ରୁ ଜୈନିକ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବେତନଟୀ ପୁଲିସ। ମୃତ ଯୁବକଙ୍କ ନାମ ରଞ୍ଜନ ନାଏକ (୩୫) ତାଙ୍କ ଘର ବଡ଼ସାହି ଥାନା ଅଧିନ ଯୋଗିନୁଆଗାଁ ଗ୍ରାମପଂଚାୟତ ର ପଥରା ଗ୍ରାମ ର ନରେନ୍ଦ୍ର ନାଏକ ଙ୍କ ପୁଅ ବୋଲି ଜଣା ପଡିଛି।ସୂଚନା ମୁତାବକ ବେତନଟୀ ଶୁଖିଲାହାର ବନ୍ଧ ଆଡି ରୁ ଜୈନିକ ଯୁବକଙ୍କ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକ ବେତନଟୀ ପୁଲିସ କୁ ଖବର ଦେଇଥିଲେ। ବେତନଟୀ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବାରିପଦା ପି ଆର ଏମ ଡାକ୍ତରଖାନା କୁ ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଯୁବକ ଙ୍କ ମୃତ୍ୟୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତ ରୁ ପୋଲିସ ସନ୍ଦେହ କରିଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ମୃତ୍ୟୁ ର କାରଣ ଜଣାପଡିବ।
