୧୯୭୫ ମେଟ୍ରିକ୍ ବ୍ୟାଚ ର ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼ : ୦୪.୦୬(ନି ପ୍ର )ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚ ର ଆଗାମୀ ନୂଆଖାଇ ଭେଟଘାଟ ପାଇଁ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀ ଅଭୟ କୁମାର ଭୋଇ ତଥା ସତ୍ୟ ନାରାୟଣ ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମସ୍ତ ପୁରାତନ ଛାତ୍ର ଯୋଗଦେଇ ଆଗାମୀ ସେପ୍ଟେମ୍ବର ୧୬ ତାରିଖ ବୁଧବାର ଦିନ ନୂଆଖାଇ ପର୍ବ ପଡୁଥିବାରୁ ପରବର୍ତ୍ତୀ ରବିବାର ଦିନ ନୂଆଖାଇ ଭେଟଘାଟ ପାଳନ କରାଯିବାକୁ ମତପ୍ରକାଶ ପାଇଥିଲା । ଏହା ସହିତ ଗତ ଏପ୍ରିଲ ଓ ମଇ ମାସରେ ପଡିଥିବା ୧୩ ଜଣ ବନ୍ଧୁଙ୍କ ଜନ୍ମ ଦିବସରେ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।
ଏଥିରେ ସର୍ବଶ୍ରୀ ଗୋବିନ୍ଦ ଦାଶ, ନିର୍ମଳ କିଶୋର କର, ରାଜେନ୍ଦ୍ର ଲାଠ, ସ୍ବାଧୀନ ମହାରଣା, ବନୱାରିଲାଲ କଟାରୁକା, ତାନସେନ ସରାଫ, ଲଳିତ ବିଶି, କୁଞ୍ଜ ବିହାରୀ ଗୁପ୍ତା , ଦାମୋଦର ଅଗ୍ରୱାଲ, ଗଣେଶ ରେଖାନୀ, କହ୍ନୈୟାଲାଲ ଗୁପ୍ତା, ଅଶୋକ ଅଗ୍ରୱାଲ,ବାଳ ମୁକୁନ୍ଦ ଦାଶ, ରବିନ୍ଦ୍ର ପାଣିଗ୍ରାହୀ, ବାସୁଦେବ ପ୍ରଧାନ, ଅଶୋକ କୁଅଁର, କୁନୁ ବଢ଼େଇ, ଅଶୋକ ପ୍ରଧାନ, ଶତୃଘ୍ନ ଦାଶ, ଅଶୋକ ପଶାୟତ, ସୁନୀଲ ଦାଶ, ପ୍ରସନ୍ନ ସାମଲ, ଗୋପାଳ ଦାଶ, ଦେବୀ ପଟ୍ଟନାୟକ,ସୁଧାଂଶୁ ଶେଖର ଶତପଥୀ, ସୁରେନ୍ଦ୍ର ପାଣିଗ୍ରାହୀ ଓ ତୁଳସୀ ଚରଣ ଦାଶ ଆଦି ବହୁ ସଦସ୍ୟ ଯୋଗଦେଇ ନିଜ ନିଜର ମତାମତ ଉପସ୍ଥାପିତ କରିଥିଲେ ।
