ଭୟଙ୍କର ଗ୍ରୀଷ୍ମରେ ସ୍ୱସ୍ତି: ମାରୱାଡ଼ୀ ପଞ୍ଚାୟତ, ଭବାନୀପାଟଣାର ପ୍ରଶଂସନୀୟ ପଦକ୍ଷେପ ☀️
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା:
ପ୍ରଚଣ୍ଡ ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାରୱାଡ଼ୀ ପଞ୍ଚାୟତ, ଭବାନୀପାଟଣା ପକ୍ଷରୁ ଆଜି ପୁରୁଣା ପୋଲିସ ଷ୍ଟେସନ, ଗାନ୍ଧୀ ଛକ ସମ୍ମୁଖରେ ରାହାଗିରି ଏବଂ ସାଧାରଣ ଜନସାଧାରଣଙ୍କ ପାଇଁ ଥଣ୍ଡା ଓ ପ୍ରାକୃତିକ ଆମ୍ବ ରସ (ମ୍ୟାଙ୍ଗୋ ଜୁସ୍) ବଣ୍ଟନ କରାଯାଇଥିଲା।
ଏହି ସେବା କାର୍ଯ୍ୟକ୍ରମରେ ପ୍ରାୟ ୨,୦୦୦ ଗ୍ଲାସ୍ ଆମ୍ବ ରସ ବଣ୍ଟନ କରାଯାଇ ତୀବ୍ର ଗରମ ଓ ଖରାରେ କଷ୍ଟ ପାଉଥିବା ଅନେକ ତୃଷାର୍ତ୍ତ ଲୋକଙ୍କୁ ସ୍ୱସ୍ତି ପ୍ରଦାନ କରାଯାଇଥିଲା। ଏହି ମାନବିକ ପଦକ୍ଷେପ ପାଇଁ ଉପସ୍ଥିତ ଜନସାଧାରଣ ମାରୱାଡ଼ୀ ପଞ୍ଚାୟତକୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇଥିଲେ।
