ମାଲକାନଗିରି – ୫/୬/୨୬
ମାଲକାନଗିରି ଜିଲ୍ଲାର ବିଧାୟକଙ୍କ ଦ୍ୱାରା ଉଦଯାପିତ ହୋଇଯାଇଛି ପେଡ଼ାକୋଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ
(ସୁକୁମାର ମଣ୍ଡଳ)
ମାଲକାନଗିରି ଜିଲ୍ଲାର ପେଡ଼ାକୋଣ୍ଡା ଗ୍ରାମ ପଞ୍ଚାୟତର ପେଡ଼ାକୋଣ୍ଡା ଗ୍ରାମରେ ଆଜି ଏକ ରୋମାଞ୍ଚକର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ରୋମାଞ୍ଚକର ଏଇଥିପାଇଁ କୁହାଯାଇଛି ଯେ ମାଲକାନଗିରି ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାର ଦେଖା ଯାଇଥିଲା। ଯାହାକି ମାଲକାନଗିରି ଜିଲ୍ଲାର ଅନ୍ୟ କୌଣସି ଟୁର୍ନାମେଣ୍ଟରେ ବିରଳ ଅଟେ। ଯୋଗଦେଇଥିବା ଏହି ବରେଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡ଼କାମୀ, ମାଲକାନଗିରି ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜସିର୍କୈ, ବରେଣ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିନୋଦ ପାଟିଲ, ସମାଜସେବୀ ଶ୍ରୀଯୁକ୍ତ ଉତ୍ତମ ଓଝା, ମାଲକାନଗିରି ଜିଲ୍ଲାର ବିଜେପି ଉପସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ମୂଖାର୍ଜୀ, ବିଜେପି ଜିଲ୍ଲା ସଂପାଦକ ଶ୍ରୀଯୁକ୍ତ ମାନିକଲାଲ ଚର୍କବର୍ତ୍ତୀ, ନବରଙ୍ଗପୁର ଏମପି ରିପ୍ରେଜେନଟାଟିଭ ଶ୍ରୀ ସଞ୍ଜୟ ସରକାର, କାଲିମେଳା ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ହରବିଳାଶ ମଣ୍ଡଳ ଏହାଛଡ଼ା ମାଲକାନଗିରି ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଦେଖାଯାଇଥିଲା । ଦେଖିବାକୁ ଗଲେ ପେଡ଼ାକୋଣ୍ଡାରେ ଯେଉଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ସେଥିରେ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡର ଦଳ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ବାଇ-ଲ ଅନୁସାରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ସ୍ଲୋ-ପୟେଜନ ଏବଂ ଫାଲକେ ନାମକ ଦଳ ଖେଳିଥିବା ବେଳେ ମାଲକାନଗିରି ଜିଲ୍ଲାର ଫାଲକେ ନାମକ ଦଳ ବିଜୟୀ ହୋଇଥିଲେ। ଖେଳଟି ଗୋଟିଏ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଖେଳକୁ ଉପଭୋଗ କରିବା ପାଇଁ ପାଖାପାଖି ୨୦୦୦୦ ଉର୍ଦ୍ଦ ଲୋକ ଏକତ୍ରିତ ହୋଇଥିଲେ। ଖେଳରେ ବିଜୟ ହାସଲ କରିଥିବା ଦଳକୁ ୮୧୦୦୦ ଏବଂ ରନରସ ଅଫ୍ ଦଳକୁ ୬୧୦୦୦ ଅର୍ଥରାଶି ସହ ମାନପତ୍ର ଖେଳର ଆୟୋଜକ ଆମ୍ବେଦକର କ୍ଲବ ପକ୍ଷରୁ ପ୍ରଦାନ କରାଯାଇଥିଲେ। ଅପରପକ୍ଷରେ ଦେଖିବାକୁ ମିଳିଥିଲା ଯେ ଏହି ଖେଳରେ ଅଂଶଗ୍ରହଣ କରିଥିବା ମାଲକାନଗିରି ଜିଲ୍ଲାର ସୁନାମଧନ୍ୟ ତଥା ଜନମାନସରେ ସୁପରିଚିତ ଏବଂ ପ୍ରଖ୍ୟାତ ସମାଜସେବୀ ଶ୍ରୀଯୁକ୍ତ ଉତ୍ତମ ଓଝା ଖେଳରେ ବିଜୟୀ ହୋଇଥିବା ଦଳକୁ ଯେଉଁ ୮୧୦୦୦ ଅର୍ଥରାଶି ପ୍ରଦାନ କରାଯାଇଛି ତାହା ଏହି ଓଝା ମହାଶୟ ପ୍ରଦାନ କରିଛନ୍ତି ବୋଲି ଜଣାପଡ଼ିଛି । ଏହାଛଡ଼ା ଯଦି କୌଣସି ବ୍ୟକ୍ତି କୌଣସି ପ୍ରକାର ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ତାହା ବାହାଘର କିମ୍ବା ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ହେଲେ ଉତ୍ତମ ଓଝା ତାଙ୍କ ପାଖରେ ଯାଇ ଠିଆ ହୋଇ ଯାଆନ୍ତି। ଏତଦବ୍ୟତୀତ ଏହି ଖେଳରେ ଅନେକ ବ୍ୟକ୍ତି ଅର୍ଥ ସାହାଯ୍ୟ କରିବାକୁ ଦେଖାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ମାଲକାନଗିରି ଜିଲ୍ଲାର ବିଧାୟକଙ୍କ ଅବଦାନ ଏହି ଖେଳ ପାଇଁ ଅତୂଳନୀୟ ଅଟେ। ଏହିଭଳି ଟୁର୍ଣ୍ଣାମେଣ୍ଟ ପ୍ରତିବର୍ଷ ଏହି ଗ୍ରାମରେ ଅନୁଷ୍ଠିତ ହେବ ଏବଂ ଦର୍ଶକ ଏହାକୁ ଭରପୂର ମଜା ନେବେ ବୋଲି ଆମ୍ବେଦକର କ୍ଲବର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି।
