ସେଙ୍ଗେଲ ଅଭିଯାନ ବ୍ଲକ କମିଟି ପକ୍ଷରୁ ରାଷ୍ଟ୍ରୀୟ ନେତା ସାଲ୍ଖାନ୍ ମୁର୍ମୁଙ୍କ ୭୪ତମ ଜୟନ୍ତୀ ପାଳନ
____________________
ତା/୦୩/୦୬/୨୬(ନି.ପ୍ର): ସାରସକଣା:(ଅନିଲ କୁମାର ସାହୁ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଆଦିବାସୀ ସେଙ୍ଗେଲ ଅଭିଯାନ ବ୍ଳକ କମିଟିର ଅନନ୍ତଚରଣ ମାର୍ଣ୍ଡି ଓ ବାହାଦୁର ସୋରେନ୍ ଙ୍କ ନେତୃତ୍ୱରେ ଗତକାଲି ମଙ୍ଗଳବାର ୨ ତାରିଖ ମୁରୁଣିଆ ପଞ୍ଚାୟତ ବାଲେଡ଼ିହି ଠାରେ କମିଟିର କାର୍ଯ୍ୟକର୍ତ୍ତାଙ୍କୁ ନେଇ ସେଙ୍ଗେଲେ ଅଭିଯାନର ରାଷ୍ଟ୍ରୀୟ ସଭାପତି ତଥା ସାନ୍ତାଳୀ ଭାଷା ବିଜେତା ସାଲଖାନ୍ ମୁର୍ମୁଙ୍କ ୭୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସେଙ୍ଗେଲର ଓଡ଼ିଶା ପ୍ରଦେଶ ପାର୍ଗାନା ସହ ବାରିପଦା ଜୋନାଲ ସଭାପତି ନାରାନ୍ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ସମାଜରେ ସାଲଖାନ୍ ମୁର୍ମୁଙ୍କ ସାରନା ଧର୍ମ ଉପରେ ତାଙ୍କର ଅବଦାନକୁ ନେଇ ଗୁଣଗାନ କରିଥିଲେ । ସେ କିପରି ଆଦିବାସୀ ଜନସାଧାରଣଙ୍କ ଉନ୍ନତି ଏବଂ ବିକାଶ ସହିତ ସଂଘର୍ଷ କରି ନିଜକୁ ଜାତି ପ୍ରତି ଉତ୍ସର୍ଗୀକୃତ କରିଛନ୍ତି ସେ ସମ୍ବନ୍ଧରେ ବ୍ୟକ୍ତବ୍ୟ ରଖିଥିଲେ । ଆଦିବାସୀ ସମାଜରେ ୧୯୮୦ ମସିହାରେ ଆଦିବାସୀ ମାନଙ୍କର ହାସା (ଜଲ, ଜଙ୍ଗଲ, ଜମିନ୍),ଭାଷା ( ସାନ୍ତାଳୀ ,ହୋ, ମୁଣ୍ଡାରୀ,କୁଡୁଖ୍, ଖଡ଼ିଆ), ଜାତି, ଧର୍ମ, ଆବାଦୀ ରୋଜଗାର ଆଦିକୁ ବଞ୍ଚାଇ ରଖିବା ସହିତ ସଂମୃଦ୍ଧ କରିବା ସହିତ ସାନ୍ତାଳୀ ଭାଷାର ମାନ୍ୟତା ଓ ସିଦୋ ମୁର୍ମୁ ଏବଂ କାହ୍ନୁ ମୁର୍ମୁଙ୍କ ନାମରେ ଡ଼ାକ ଟିକଟ ପ୍ରଚ଼ଳନ, ରୂପସାରୁ ବାଙ୍ଗିରିପୋଷି ରେଳପଥକୁ ପ୍ରଶସ୍ଥ କରିବା , ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମରେ ପେସା ଆଇନକୁ ସଫଳ କରିବାରେ ତାଙ୍କର ଭୂମିକା ଅତୁଳନୀୟ । ତତ୍ ସହିତ ଆଦିବାସୀ ସମାଜର ପରମ୍ପରା ନାମରେ ହାଣ୍ଡିଆ ଭଳି ନିଶାଦ୍ରବ୍ୟକୁ ହଟାଇବା , ଅନ୍ଧବିଶ୍ୱାସ ଓ ଡ଼ାହାଣୀ ପ୍ରଥା ଉଚ୍ଛେଦ, ସାମାଜିକ ବହିଷ୍କାର ସହିତ ପାର୍ଗାନା ବ୍ୟବସ୍ଥାରେ ଜନତାନ୍ତିକ ସୁଧାର ଆଦି ରାଜା ରାମମୋହନ ରାୟ ଭଳି କାର୍ଯ୍ୟ ରେ ତାଙ୍କର କାର୍ଯ୍ୟକୁ ନେଇ ଆଦିବାସୀ ସେଙ୍ଗେଲ ଅଭିଯାନ କମିଟି ପକ୍ଷରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଉକ୍ତ ଆଦିବାସୀ ସେଙ୍ଗେଲ ଅଭିଯାନ କମିଟିର କର୍ମକର୍ତ୍ତା ଗଣ ରାଷ୍ଟ୍ରୀୟ ନେତା ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ସାର୍ନା ଧର୍ମ କୋଡ୍ , ମାରଙ୍ଗବୁରୁ,ଜାହେର ଆୟ, ମଲେକ ଟୁରୁୟକ ଆଦି ଦେବାଦେବୀଙ୍କ ର ସୁରକ୍ଷା ପାଇଁ ସେଙ୍ଗେଲ୍ ଅଭିଯାନ ଲଢେଇ ଜାରି ରଖିବାକୁ ନେଇ ସାରସକଣା ବ୍ଲକ କମିଟିର ସମସ୍ତ ସଭ୍ୟାସଭ୍ୟ ଗଣ ଶପଥ ଗ୍ରହଣ କରିଥିଲେ । ଉକ୍ତ ଆଦିବାସୀ ସେଙ୍ଗେଲ ଅଭିଯାନ ଜୟନ୍ତୀରେ ସଭାପତି କିସୁନ ଟୁଡୁ ଙ୍କ ସହିତ ପାର୍ଗାନା ସୁପାଇ ସୋରେନ ,ହିକିମ୍ ଟୁଡୁ , ପିଥ ହାଁସଦା, ପୁଶ ଟୁଡୁ , ବୁଧୁରାମ ହେମ୍ବ୍ରମ , ବିଗାୟ ହେମ୍ବ୍ରମ , ନାରୀ ନେତ୍ରୀ ଫୁଲମଣୀ ସୋରେନ୍, ଲିଲିମଣୀ ଟୁଡୁ ଓ ଛିତା ଟୁଡୁଙ୍କ ସମେତ ଶତାଧିକ ଆଦିବାସୀ ମହିଳା ପୁରୁଷ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଭଞ୍ଜଦୁତ ଖବର।
