ତାରିଖ ୦୩/୦୬/୨୦୨୬
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବାଘୁଆ ବୋଲ ଗ୍ରାମ (କେନ୍ଦୁ ବଣିଆ) ସାହିର ଗୀତା ନାଏକଙ୍କ ସ୍ବାମୀ ସ୍ବର୍ଗତ ଆରତ ନାଏକ ରୋଗ ଗ୍ରସ୍ତ ଅବସ୍ଥା ରେ ମୃତ୍ୟୁ ହୋଇଛି ।ସେ ଗରିବ ଅସହାୟ ଅବସ୍ଥା ଥିବାରୁ ତାଙ୍କ ସ୍ଵାମୀଙ୍କର ଶୁଦ୍ଧି କ୍ରିୟା ପାଇଁ ଅସମର୍ଥ ଏହି ଖବର ପାଇ ତାଳଚେର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତିର ସଦସ୍ୟ ମାନେ ପହଞ୍ଚି ଅସହାୟ ପରିବାରଙ୍କୁ ସମବେଦନା ଜଣାଇବା ସହ
ଶାଢ଼ୀ,ଲୁଙ୍ଗି ,ଗାମୁଛା, ରାସନ ସାମଗ୍ରି ଓ ପନିପରିବା ଆଦି ସହାୟତା ଯୋଗାଇ ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଟ ସଦସ୍ୟ ଶ୍ରଯୁକ୍ତ ନରେଶ ଚନ୍ଦ୍ର ସ୍ବାଇଁ ଏବଂ ଭଜମନ ବେହେରା ପ୍ରମୁଖ ସହ ଯୋଗ କରିଥିଲେ । ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
