ସୂଚନା ଲୋକ ସମ୍ପର୍କ ବିଭାଗର ବରିଷ୍ଠ କିରାଣୀ ତଥା ଲାଇବ୍ରେରୀଆନଙ୍କ ଅବସର।
ଭଞ୍ଜନଗର -୦୧/୦୬(ପ୍ରଫୁଲ୍ଲ କୁମାର ମହାରଣା )ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଭିଭାଗ ର ବରିଷ୍ଠ କିରାଣୀ ତଥା ଲାଇବ୍ରେରୀଆନ ପ୍ରଦୀପ କୁମାର ପାତ୍ର ଆଜି ଅବସର ଗ୍ରହଣ କରିଛନ୍ତି।ଶ୍ରୀଯୁକ୍ତ ପାତ୍ର ଜଣେ ସରକାରୀ କର୍ମଚାରୀ ଭାବେ ଦୀର୍ଘ ୩୪ବର୍ଷ ସୁଚାରୁ ଭାବେ କାର୍ଯ୍ୟ ତୁଳାଇ ଆସିଥିଲେ।ଭଞ୍ଜନଗର ଉପଖଣ୍ଡ ର ସମସ୍ତ ସରକାରୀ କାର୍ଯ୍ୟ କୁ ଦାଇତ୍ୱ ର ସହ କାର୍ଯ୍ୟ କରିଥାନ୍ତି,ସାଧାରଣତନ୍ତ୍ର ଦିବସ ହେଉ କିମ୍ବା ସ୍ୱାଧୀନତା ଦିବସ ହେଉ ବା ଚକରା ବିଷୋୟୀ ଜୟନ୍ତୀ ହେଉ ସବୁଥିରେ ସେ ଆଗୁଆ।ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ବିଭାଗ ର କେତେ ଅଫିସର ଆସିଛନ୍ତି କିନ୍ତୁ ସମସ୍ତଙ୍କ ସହ ସହଯୋଗ ରଖି ପାଠାଗାର ସହ ଅଫିସ କାର୍ଯ୍ୟ କୁ ଠିକ ରେ କରି ଆସୁଥିଲେ।ଜଣେ ମିଷ୍ଠ ଭାସି ବ୍ୟକ୍ତି ଭାବେ ଭଞ୍ଜନଗର ଅଞ୍ଚଳରେ ବେଶ ଜଣାଶୁଣା।ଭଞ୍ଜନଗର ଉପଖଣ୍ଡ ର ସମସ୍ତ ସମ୍ବାଦିକ ବନ୍ଧୁ ମାନଙ୍କ ସହ ଭଲ ସଂପର୍କ ରଖିବା ସହ ସାମ୍ବାଦିକ ମାନଙ୍କୁ ସରକାରୀ ସୂଚନା ଜଣାଇବା ଆଦି କାର୍ଯ୍ୟ କୁ ଠିକ ରେ କରି ଥାନ୍ତି।ଆଜି ତାଙ୍କର ଚାକିରୀ ର ଅବସର ଦିନ ଓ ଏହି ଶୁଭ ଦିନରେ ସେ ଭଞ୍ଜନଗର ସାମ୍ବାଦିକ ବନ୍ଧୁ ମାନଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି।ଆଜି ଚାକିରୀ ର ଶେଷ ଦିନ ଥିବାରୁ ଭଞ୍ଜନଗର ସାମ୍ବାଦିକ ପ୍ରତିନିଧି ପୁରୁଷୋତ୍ତମ ମହାପାତ୍ର, ପ୍ରଫୁଲ୍ଲ କୁମାର ମହାରଣା,ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର ଙ୍କୁ ଉପଢୌକନ, ପୁଷ୍ପଗୁଛ ,ଉପହାର ଓ ମିଷ୍ଠାନ୍ନ ଦେଇ ବିଦାୟ କାଳୀନ ଶୁଭେଛା ଦେଇଥିଲେ।ସୂଚନାଯୋଗ୍ୟ ଶ୍ରୀଯୁକ୍ତ ପାତ୍ର ଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ର କର୍ମଚାରୀ ଏବଂ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ମଧ୍ୟ ଶୁଭେଛା ଜଣାଇ ଥିଲେ।
