ପ୍ରଚାର ପ୍ରସାରରେ ସିମିତ ତମାଖୁ ନିଷେଧ ଦିବସ
ତାଳଚେର ୧\୬/(ନି ପ୍ର)ସେବନ ଦ୍ଵାରା କେବଳ ନୁହେଁ ବରଂ ଅନ୍ୟ କର୍କଟ ରୋଗକୁ ଏହା ଆମନ୍ତ୍ରଣ କରେ। ଆଜିର ସମାଜରେ ପ୍ରାୟ ୮୦ ପ୍ରତିଶତ ଶିକ୍ଷକ ଯୁବକ ନିଶା କବଳରେ ପଡ଼ି ସାରିଛନ୍ତି। ଅନ୍ୟ ପକ୍ଷରେ କଟପା ଆଇନିକୁ ଠିକ୍ ଭାବେ ପାଳନ କରାଯାଉ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ବୋଲି ଅଭିଯୋଗ ହୋଇଛି।୧୦ ବର୍ଷ ରେ କେବଳ ମୁଖକର୍କଟରେ ୩ହଜାର ୧୫୭ ଲୋକ ପ୍ରାଣ ହୋରାଇଛନ୍ତି।ଏଥି ସହ ୬୨ହଜାର ୫୪୨ ଜଣ ଉଲ୍ଲଂଘନ କାରିଙ୍କଠାରୁ ୮କୋଟି ୩୪ ଲକ୍ଷ ୫୨ହଜାର ୫ସହ ୫୨ ଟଙ୍କା ଜରିମାନା ଆଦାୟ କରାଯାଉଛି। ସ୍ଵାସ୍ଥ୍ୟବିଭାଗ ପକ୍ଷରୁ ପ୍ରଥମେ ଗୁଟୁଖା ବା ତମାଖୁ ବିକ୍ରୀ ନିଷେଧ ନିଷ୍ପତ୍ତି କୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଥିଲା । ବିଶ୍ଵ ତମାଖୁ ଦିବସ ସରକାରଙ୍କ ପକ୍ଷରୁ ବିଭିନ୍ନ (ନିଶା ସେବନ କରି ଯୁବପିଢି ପ୍ରଥଭ୍ରଷ୍ଟ କଟପା ଆଇନ ହେଉନି ପାଳନ)ଦେଇ ସେହି ଦିନ ପରେ ତା ପରଦିନ ଏହାକୁ ଭୁଲି ଯାଆନ୍ତି। ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ଅମ୍ପେଡ ଦୋକାନ ଠାରୁ ଆରମ୍ଭ କରି ଚା,ପାନ ଦୋକାନ, ଢ଼ାବା ଗୁଡିକରେ ଏବେ ଖୁଲମଖୁଲା ତମାଖୁ ଓ ବିଭିନ୍ନ ନିଶାଦ୍ରବ୍ୟ ବିକ୍ରୀ ଚାଲିଥିଲେ ହେଁ ଏହାକୁ ଖାତିର କାହାର ନ ଥିଲା ଭଳି ମନେ ହୁଏ। ଯୁବପିଢି ଏହି ନିଶାଦ୍ରବ୍ୟ କୁ ହାତପାହାନ୍ତାରେ ପାଇ ଏହାକୁ ସେବନ କରି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଭଳି ସଙ୍ଗୀନ୍ ଅଭିଯୋଗ ହୋଇଛି। ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ତମାଖୁ ବିକ୍ରୀରେ ରୋକ୍ ଲାଗି ପାରୁନାହିଁ ଅନେକ ସମୟରେ ଜଦି ଓ ଚଢ଼ାଉ କରାଯାଉଛି ତାହା ସଂପୂର୍ଣ୍ଣ ଲୋକ ଦେଖାଣିଆ। କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲା ଓ ବ୍ଲକସ୍ତରୀୟ କମିଟି ଥିଲେ ମଧ୍ୟ ଏହା ଏକପ୍ରକାର ସ୍ଥାଣୁ ପାଲଟିଛି। ସରକାର ତମାଖୁ ଉତ୍ପାଦନ ଓ ବିକ୍ରି ଉପରେ କାହିଁକି ରୋକ୍ ଲଗାଉ ନାହାଁନ୍ତି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ। କାଗଜ ପତ୍ର ରେ ସିମିତ ନ ରଖି କଟାପା ଆଇନ୍ କୁ କାର୍ଯ୍ୟକାରୀ କରିବା ସହ ଏହା ଉପରେ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ କରିବାକୁ ଦାବି ହେଉଛି।
