କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେଉଛି।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ସହ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ୫ ଟି ନିର୍ବାଚନ ମଣ୍ଡଳୀରେ BLO ମାନଙ୍କ ପାଇଁ SIR ଭୋଟର ତାଲିକା ସଂଶୋଧନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ କରାଯାଉଅଛି ।
ଏହି ଅବସରରେ SIR ସମୟସାରଣୀ, ଏନୁମେରେସନ୍ ଫର୍ମ ବିତରଣ, ସଂଗ୍ରହ ପ୍ରକ୍ରିୟା, ଫର୍ମ ପୂରଣ ପ୍ରଣାଳୀ, ଘରେ ଘରେ ସର୍ଭେ କାର୍ଯ୍ୟ ସମ୍ପର୍କରେ ତାଲିମ ଦିଆଯାଉଅଛି । ସମସ୍ତ ଯୋଗ୍ୟ ଭୋଟର ଏହି ପ୍ରକ୍ରିୟା ରେ ଅଂଶ ଗ୍ରହଣ କରି ସଠିକ ସୂଚନା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଉଅଛି । #SIR2026 @odishaceo
https://www.instagram.com/p/DY4HPIREwVR/?igsh=MTI1M2JlZXQ3cGcxZw==
