ଏବିଇଓ ଓ ୨ ଶିକ୍ଷକଙ୍କୁ
ଅବସରକାଳୀନ ସମ୍ବର୍ଦ୍ଧନା।
ବୁଗୁଡା,୩୧/୦୫,(ଡ.କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧୁକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ୨ଟି ବିଦ୍ୟାଳୟର
୨ ଜଣ ଶିକ୍ଷକ ଏବଂ ଏବିଇଓ ଅବସର ଗ୍ରହଣ କରିଛନ୍ତି। ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ
ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ବିଇଓ ଚିନ୍ମୟ ମହାପାତ୍ରଙ୍କ ତତ୍ତ୍ଵାବଧାନରେ
ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ଖାଡ଼ଙ୍ଗା ଓ
ଉପସଭାପତି କାଳୀ ଚରଣ ଆଚାର୍ଯ୍ୟ ଏନପିଏସ ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡ, ଭାରପ୍ରାପ୍ତ ଏବିଇଓ
କୃଷ୍ଣଚନ୍ଦ୍ର ବେହେରା ଓ ରବିନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ଏବିଇଓ ଅମିତା କୁମାରୀ ପାଢୀ ଓ ବଣପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାପୁଜୀ ପରିଡ଼ା, ମକରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାକାର ନାୟକଙ୍କୁ ଫାଇନାଲ ପେନସନ
ଅର୍ଡର ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
