*ସ୍ୱାମୀ ବିବେକାନନ୍ଦ କଲେଜ ବରପାଲିରେ ସମ୍ବର୍ଦ୍ଧନା ଉତ୍ସବ ଉଦଯାପିତ*
ବରଗଡ :ବରପାଲି ୨୯/୦୫(ନି ପ୍ର )ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ବ୍ଲକ ସ୍ଥିତ ସ୍ଵାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ବାର୍ଷିକ ପରୀକ୍ଷା ଫଳାଫଳରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଉତ୍ସବରେ ବରପାଲି ତହସିଲଦାର ଶ୍ରୀଯୁକ୍ତ ରୁକ୍ମଣ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁକୁନ୍ଦ ମାହାରା ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏଥିରେ କଲେଜ୍ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଆଲୋକ କୁମାର ଗୁପ୍ତା ଏବଂ ଶ୍ରୀଯୁକ୍ତ ତରଣି ସେନ୍ ବାରିକ ଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପ୍ରଧାନ ସାର୍, କଲେଜର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା କୃତି ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ରୁକ୍ମଣ ମେହେର ତଥା ବ୍ଲକ୍ ଶିକ୍ଷାଧିକାରୀ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉଭୟ କଳା ଓ ବିଜ୍ଞାନ ବିଭାଗରେ ଯଥା କ୍ରମେ ରୋଜାଲିନ ଥପା ୯୨.୫ % ( ୫୫୫ ମାର୍କ ) ରଖି ବରପାଲି ବ୍ଲକ ଟପ୍ପର ହୋଇଥିବା ବେଳେ ଗୁଲସନ୍ କୁମାର ମହାକୁର ୮୦ % ପ୍ରତିଶତ ମାର୍କ ରଖି କଲେଜ୍ ପାଇଁ ଗୌରବ ଆଣିଥିଲେ । ସେହିପରି ମୋନାଲିସା ଭୋଇ ୮୭ % , ଶ୍ରୁତିରେଖା ମଲିକ୍ ୮୬ % , ଗିରିଧାରୀ ସାହୁ ୭୮% , ରିତିକ୍ ବେହେରା ୭୭% , ସ୍ନେହା ଭୋଇ ୭୫% ମାର୍କ ରଖି ନିଜ କଠିନ ପରିଶ୍ରମର ପରାକାଷ୍ଠା କୁ ପ୍ରଦର୍ଶିତ କରିଛନ୍ତି । ଏହା ସମେତ କଲେଜ୍ ର ୭୦ ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଅଭିବାଦନ ଜଣାଇବା ସହ ନିଜର ଅଭିଭାଷଣରେ କହିଥିଲେ ଏଇ ସଫଳତା ଶେଷ ନୁହେଁ ଆରମ୍ଭ ମାତ୍ର । Self Motivation ଦ୍ଵାରା ଜଣେ ଅସମ୍ଭବକୁ ସମ୍ଭବ କରିପାରିବ ଏହା କହି ଉତ୍ତମ ମାର୍ଗରେ ଗତିଶୀଳ ହେବାକୁ ପରାମର୍ଶ ଦେଇଥିଲେ । ସେପରି ବ୍ଲକ୍ ଶିକ୍ଷାଧିକାରୀ ବରପାଲି ବ୍ଲକରେ ଥିବା ୯ଟି କଲେଜ୍ ମଧ୍ୟରେ ସ୍ୱାମୀ ବିବେକାନନ୍ଦ କଲେଜ ର ଛାତ୍ରୀ ରୋଜାଲିନ ଥପା ପ୍ରଥମ ସ୍ଥାନରେ ରହି କଲେଜ୍ ପାଇଁ ଗୌରବ ଆଣିଥିବାରୁ ତାଙ୍କ କଠିନ ଅଧ୍ୟବସାୟ ସାଙ୍ଗକୁ କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କ ମାର୍ଗ ଦର୍ଶନକୁ ପ୍ରଶଂସା କରିଥିଲେ । ସେ ନିଜେ ବକ୍ତବ୍ୟରେ କହିଥିଲେ, ନିଜକୁ ସବୁବେଳେ ଶିଷ୍ୟ ରୂପରେ ବିଚରା କରୁଥିବା ବ୍ୟକ୍ତି ସମାଜରେ ଯୋଗ୍ୟତମ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଥାଏ , ନିଜକୁ ଆଗକୁ ନେବା ସାଙ୍ଗକୁ ଅନ୍ୟମାନଙ୍କୁ ଆଗକୁ ନେଇ ପାରେ । ଶେଷରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଶୁଭେଚ୍ଛା ଜଣାଇଥିଲେ । ଏହାପରେ କୃତି ଛାତ୍ରଛାତ୍ରୀ ନିଜ ମତାମତ ରଖିଥିଲେ । କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପକ ଶ୍ରୀମାନ୍ ଦିନ ଛତର ପରିଚାଳନା କରିଥିଲେ। ଶେଷରେ ଇଂରାଜୀ ଅଧ୍ୟାପିକା ସୁଶ୍ରୀ ଶାଳିନି ମେହେର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
